www.samajalive.in
Saturday, December 6, 2025
15.1 C
Bhubaneswar

ଦୁଇ ଦିନ ଚାଷୀଙ୍କ ‘ଦିଲ୍ଲୀ ଚଲୋ’ ପଦଯାତ୍ରା ସ୍ଥଗିତ

ନୂଆଦିଲ୍ଲୀ: ଏମଏସପି ଗ୍ୟାରେଣ୍ଟି ଆଇନ ଦାବିରେ ଚାଷୀ ସଂଗଠନ ପକ୍ଷରୁ ଦିଲ୍ଲୀ ଚଲୋ ପଦଯାତ୍ରା ହିଂସା ମୋଡ ନେଇଛି। ପଞ୍ଜାବ-ହରିୟାଣଶ ସୀମାରେ ଥିବା ଦୁଇଟି ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଖାନୌରୀ ସୀମାରେ ପୁଲିସ-ଚାଷୀ ମୁହାଁମୁହିଁ ହୋଇଥିଲେ। ପୁଲିସ ସହ ସଂଘର୍ଷରେ ଆନ୍ଦୋଳନରତ କୃଷକ ଶୁଭକରନ ସିଂହଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି। ଏହାପରେ ଚାଷୀଙ୍କ ଦିଲ୍ଲୀ ଚଲେଶ ପଦଯାତ୍ରାକୁ ଦୁଇ ଦିନ ପାଇଁ ସ୍ଥଗିତ ରଖାଯାଇଥିବା କୃଷକ ନେତା ସରୱାନ ସିଂହ ପାଣ୍ଡେର ସୂଚନା ଦେଇଛନ୍ତି। ଖାନୌରୀ ଘଟଣାର ସମୀକ୍ଷା ପରେ ବରବର୍ତ୍ତୀ ରଣନୀତି ପ୍ରସ୍ତୁତ କରାଯିବ। ବୁଧବାର ଚାଷୀଙ୍କୁ ଅଟକାଇବା ଲାଗି ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ ସହ ରବର ବୁଲେଟ୍‍ ମାଡ କରିଥିଲା।

ଅନ୍ୟପଟେ ହରିୟାଣା ପୁଲିସ କହିଛି ଯେ ଖାନୌରୀ ସୀମାରେ ବିକ୍ଷୋଭକାରୀ ମାନେ ସେମାନଙ୍କ ଉପରକୁ ପଥର ଫିଙ୍ଗିଥିଲେ। ଏହି ସମୟରେ ଲାଠିର ବ୍ୟବହାର କରାଯାଇଥିଲା। ଚାଷୀଙ୍କ ଆକ୍ରମଣରେ ୧୨ଜଣ ପୁଲିସ କର୍ମୀ ଗୁରୁତର ଆହତ ହୋଇଛନ୍ତି। ଶାନ୍ତି ପାଇଁ ପୁଲିସ କର୍ମୀ ଗୁରୁବାର ବିକ୍ଷୋଭକାରୀଙ୍କୁ ନିବେଦନ କରିଛନ୍ତି।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories