www.samajalive.in
Saturday, December 6, 2025
17.1 C
Bhubaneswar

ସବୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ମାର୍ଗଦର୍ଶିକା: ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ପ୍ରସ୍ତୁତ ରୁହ

ଭୁବନେଶ୍ବର: ଘାରିଲାଣି ହିଟ୍ ୱେଭ୍ ଚିନ୍ତା। ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ପ୍ରସ୍ତୁତି ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି। ସବୁ ଜିଲ୍ଲାପାଳ ଏବଂ ବିଭାଗୀୟ ଅଧିକାରୀ ମାନଙ୍କୁ ହିଟ୍‌ୱେଭ୍‌ କୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହିଟ୍‌ୱେଭ୍‌ରୁ ବର୍ତ୍ତିବାକୁ ନେଇ ଜନସଚେତନତା କାର୍ଯ୍ୟ କରିବାକୁ ନେଇ ସେ ପରାମର୍ଶ ଦେଇଛନ୍ତି। ଏହି ସମୟରେ କଣ କରିବା ଉଚିତ୍ ଏବଂ କଣ କରିବା ଅନୁଚିତ୍ , ତାହା ସାଧାରଣ ଲୋକ ବୁଝାଇବାକୁ କୁହାଯାଇଛି। ଏଥିସହ ପାଣି ସମସ୍ୟା ପ୍ରତି ସ୍ବତନ୍ତ୍ର ଭାବେ ଧ୍ୟାନ ଦେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ। ଗ୍ରୀଷ୍ଣ ପ୍ରବାହ ପାଇଁ  ଯେଭଳି କୌଣସି ଜୀବନହାନି ନ ହୁଏ , ସେଥିପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାଣି ଅଭାବ ଥିବା ଅଞ୍ଚଳ ଗୁଡିକୁ ଚିହ୍ନଟ କରି ସେ ଅଞ୍ଚଳକୁ ଟ୍ୟାଙ୍କରରେ ପାଣି ଯୋଗାଇବାକୁ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବାକୁ କୁହାଯାଇଛି। ସର୍ବସାଧାରଣ ସ୍ଥାନରେ ପଞ୍ଚାୟତ ପକ୍ଷରୁ ପାନୀୟ ଜଳ ସେବା କେନ୍ଦ୍ର ଖୋଲିବ । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ଆଶ୍ରୟସ୍ଥଳୀ , ଗୋଷ୍ଠୀ କେନ୍ଦ୍ର ଓ ଅନ୍ୟ ସାର୍ବଜନିନ ସ୍ଥାନକୁ ଅସହାୟ ଲୋକଙ୍କ ବିଶ୍ରାମ ପାଇଁ  ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବ । ଆଶ୍ରୟସ୍ଥଳୀରେ ଲୋକଙ୍କ ପାଇଁ  ପାନୀୟ ଜଳ ଓ ଓଆରଏସ୍ ର ବ୍ୟବସ୍ଥା ରହିବ। ସେପଟେ ବୁଧବାର ୩୫ଡିଗ୍ରୀ ଉପରେ ରହିଥିଲା ୧୫ ସହରର ତାପମାତ୍ରା। ଉତ୍ତର ଉପକୂଳ ଓଡିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories