www.samajalive.in
Saturday, December 6, 2025
14.1 C
Bhubaneswar

ଆଜିଠୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

ଢେଙ୍କାନାଳ:  ଗୁରୁବାର ମାଘ ଶୁକ୍ଳ ଚତୁର୍ଦ୍ଦଶୀ। ଆଜିଠୁ (ଗୁରୁବାର) ଆରମ୍ଭ ହେବାକୁ ଯାଉଛି ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା । ଯାହାକୁ ନେଇ ପୁରା ଚଳଚଞ୍ଚଳ ହୋଇଛି ଢେଙ୍କାନାଳ ଯୋରନ୍ଦା ମହିମା ଗାଦି ପୀଠ।  ବିଶ୍ବର ମଙ୍ଗଳ ପାଇଁ ଦୁଇ ଦିନ ଜଳିବ ଝାଡଦୀପ। ଏଥିଲାଗି ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୨୪ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ। ତିନି ଦିନ ଧରି ଅଲେଖ ମହିମା ଧ୍ବନିରେ ପ୍ରକମ୍ପିତ ହେବ ଶୂନ୍ୟ ମନ୍ଦିର । ମେଳାରେ ସାମିଲ ହେବାକୁ ଦେଶର କୋଣ ଅନୁକୋଣରୁ ସାଧୁ ଏବଂ ଭକ୍ତଙ୍କ ସୁଅ ଛୁଟୁଛି। ସନ୍ଧ୍ୟାରେ ଝାଡରେ ଅଗ୍ନି ସଂଯୋଗ ପରେ ମେଳା ବଢିବ। ସେପଟେ ଲକ୍ଷାଧିକ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।  ଟ୍ରାଫିକ୍ ପରିଚାଳନା, ସ୍ୱାସ୍ଥ୍ୟ,  ପରିମଳ ଓ ପାନୀୟ ଜଳ ଯୋଗାଣକୁ ବିଶେଷ ଗୁରୁତ୍ବ ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories