www.samajalive.in
Sunday, December 7, 2025
16.1 C
Bhubaneswar

ଅଜବ ନୀତି – ଅଣଅନୁଦାନପ୍ରାପ୍ତ ସଂସ୍କୃତ ଡିଗ୍ରୀ କଲେଜ ଛାତ୍ରଛାତ୍ରୀଙ୍କୁ ମିଳିବନି ନୂଆ-ଓ ଛାତ୍ରବୃତ୍ତି

ଡେସ୍କ: ରାଜ୍ୟ ସରକାର ଶିକ୍ଷାର ବିକାଶ ଏବଂ ବିଶେଷ କରି ସ୍ନାତ୍ତକ ଓ ସ୍ନାତ୍ତକୋତ୍ତର ଛାତ୍ରଛାତ୍ରୀଙ୍କୁ ନୂଆ-ଓ ଛାତ୍ରବୃତ୍ତି ଯୋଗାଇ ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିବା ବେଳେ ଅଣଅନୁଦାନପ୍ରାପ୍ତ ସଂସ୍କୃତ ଡିଗ୍ରୀ କଲେଜ ଛାତ୍ରଛାତ୍ରୀଙ୍କୁ ନୂଆ-ଓ ଛାତ୍ରବୃତ୍ତି ମିଳିବା ନେଇ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଏଥିପାଇଁ ଆବେଦନ କରିବାର ସମୟସୀମା ଆସନ୍ତାକାଲି ଅର୍ଥାତ ଫେବୃଆରୀ ୨୨ ପର୍ଯ୍ୟନ୍ତ ଥିବା ବେଳେ ଉଚ୍ଚ ଶିକ୍ଷା ବିଭାଗର ନୀରବତା ସମ୍ପୃକ୍ତ କଲେଜ ଗୁଡିକରେ ପଢ଼ୁଥିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ସଂଶୟ ସୃଷ୍ଟି କରିଛି।

୫ ଘଣ୍ଟାରୁ ଅଧିକ ସମୟ ବସି ରହିଲେ ; ଥାଏ ହୃଦୟ ଜନିତ ସମସ୍ୟା ହେବାର ସମ୍ଭାବନା

- Advertisement -

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ପଢ଼ୁଥିବା ସ୍ନାତ୍ତକ ଓ ସ୍ନାତ୍ତକୋତ୍ତର ଛାତ୍ରଛାତ୍ରୀଙ୍କୁ ନୂଆ-ଓ ଛାତ୍ରବୃତ୍ତି ଯୋଗାଇ ଦେବା ବିଷୟ ଘୋଷଣା କରିବା ପରେ ପ୍ରତ୍ୟେକ ଛାତ୍ରଙ୍କୁ ୯ ହଜାର ଓ ଛାତ୍ରୀଙ୍କୁ ୧୦ ହଜାର ଟଙ୍କା ବୃତ୍ତି ଦେବା ନିମନ୍ତେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଇଛି। ଚଳିତ ମାସ ଫେବୃଆରୀ ୧୭ରେ ଉଚ୍ଚ ଶିକ୍ଷା ବିଭାଗର ଯୁଗ୍ମ ସଚିବ ପ୍ରତିଭା ସାହୁଙ୍କ ଦ୍ୱାରା ଜାରି ସେହି ନିର୍ଦ୍ଦେଶାବଳୀ ଅନୁଯାୟୀ, ୪(ବି)ରେ ଯୋଗ୍ୟତା ଶୀର୍ଷକରେ ସ୍ପଷ୍ଟ କରାଯାଇଛି ଯେ ସେହି ଛାତ୍ରଛାତ୍ରୀମାନେ ନୂଆ-ଓ ଛାତ୍ରବୃତ୍ତି ପାଇବାକୁ ଯୋଗ୍ୟ ହେବେ ଯେଉଁମାନେ ସାମସ ଜରିଆରେ ରାଜ୍ୟ ବିଶ୍ୱବିଦ୍ୟାଳୟ, ସରକାରୀ, ବେସରକାରୀ ଅନୁଦାନପ୍ରାପ୍ତ କଲେଜ, ଅନୁଦାନପ୍ରାପ୍ତ ସଂସ୍କୃତ କଲେଜ ଓ ଅଣ ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ ନାମ ଲେଖାଇଥିବେ।

କେବେ ଏମିତି ଚିଙ୍ଗୁଡି ପ୍ରସ୍ତୁତ କରିଛନ୍ତି କି?

ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରାୟ ୧୪୦ଟି ସଂସ୍କୃତ ଡିଗ୍ରୀ କଲେଜ ଥିବା ବେଳେ ସେଗୁଡିକ ମଧ୍ୟରୁ ଅର୍ଦ୍ଧାଧିକ କଲେଜକୁ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରୁ ସ୍ଥାୟୀ ସହବନ୍ଧନ ମିଳିନାହିଁ। ବିଶ୍ୱବିଦ୍ୟାଳୟରେ ଆବଶ୍ୟକ ଦସ୍ତାବିଜ ଦାଖଲ ଓ କର୍ତ୍ତୃପକ୍ଷଙ୍କ ଦ୍ୱାରା ଯାଞ୍ଚ କାର୍ଯ୍ୟ ସାରିଥିଲେ ମଧ୍ୟ ସ୍ଥାୟୀ ସହବନ୍ଧନ ନ ମିଳିଥିବାରୁ, ସେହିସବୁ କଲେଜଗୁଡିକୁ ଏଆଇଏସଏଚଇ କୋଡ଼ ମିଳିନାହିଁ। ତେଣୁ ସମ୍ପୃକ୍ତ କଲେଜଗୁଡିକ ଷ୍ଟେଟ ସ୍କଲାରସିପ ପୋର୍ଟାଲରେ ପଞ୍ଜିକରଣ କରିପାରୁ ନାହାନ୍ତି କି ସେହିସବୁ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ବର୍ଷ ବର୍ଷ ଧରି ଛାତ୍ରବୃତ୍ତି ପାଉନାହାନ୍ତି।

ଭାରତ ପ୍ରସ୍ତୁତ କରୁଛି ଲେଜର ଅସ୍ତ୍ର, ଶତ୍ରୁର ମିସାଇଲକୁ ଶୂନ୍ୟରେ ମାରି ଖସାଇବ

ଯେହେତୁ ସେହି କଲେଜଗୁଡିକ ଷ୍ଟେଟ ସ୍କଲାରସିପ ପୋର୍ଟାଲରେ ନାହାନ୍ତି, ସେହି କଲେଜଗୁଡିକରେ ପଢ଼ୁଥିବା ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ନୂଆ-ଓ ଛାତ୍ରବୃତ୍ତି ପାଇବେ ନାହିଁ। ଏ ନେଇ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଓ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ମଧ୍ୟ କୌଣସି ପଦକ୍ଷେପ ନେଉନଥିବାରୁ, ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories