www.samajalive.in
Saturday, December 6, 2025
16.1 C
Bhubaneswar

ବିଶିଷ୍ଟ ରେଡିଓ ଉପସ୍ଥାପକ ଅମିନ୍ ସାୟାନିଙ୍କ ପରଲୋକ

ମୁମ୍ବାଇ: ବିଶିଷ୍ଟ ରେଡିଓ ଉପସ୍ଥାପକ ଅମିନ୍ ସାୟାନିଙ୍କ ପରଲୋକ ଘଟିଛି। ମୁମ୍ବାଇରେ ୯୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଥିବା ତାଙ୍କ ପୁଅ ରାଜୀବ ସୂଚନା ଦେଇଛନ୍ତି। ମଙ୍ଗଳବାର ରାତିରେ ଅମିନ୍ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ବିୟୋଗ ଘଟିଛି। ୧୯୩୨ରେ ସେ  ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ଅମିନ୍ ସାୟାନି ୬୦ ବର୍ଷ ଧରି ରେଡିଓରେ ସମ୍ପୃକ୍ତ ଥିଲେ। ସେ ୫୦ ହଜାରରୁ ଅଧିକ ରେଡିଓ ପ୍ରୋଗ୍ରାମର ପ୍ରଯୋଜକ ଓ ଉପସ୍ଥାପକ ଥିଲେ। ଏହାସହ ୨୦ରୁ ଅଧିକ ବିଜ୍ଞାପନରେ ସ୍ବର ମଧ୍ୟ ଦେଇଥିଲେ। ୮୦-୯୦ ଦଶକରେ ରେଡିଓ କହିଲେ ଏକପ୍ରକାର ଅମିନ୍ ସାୟାନିଙ୍କୁ ହିଁ ବୁଝାଯାଏ। ବିଶେଷ କରି ଗୀତମାଲା କାର୍ଯ୍ୟକ୍ରମ ପାଇଁ ସେ ସାରା ଦେଶରେ ପରିଚିତ ହୋଇପାରିଥିଲେ। ଏହି କାର୍ଯ୍ୟକ୍ରମ ୧୯୫୨ରୁ ୨୦୦୩ ଯାଏ କାର୍ଯ୍ୟକ୍ରମ ଚାଲିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories