ବିଜେପିରେ ମିଶିଲେ ପ୍ରଦୀପ ପାଣିଗ୍ରାହୀ
ଭୁବନେଶ୍ବର: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ବିଜେପିରେ ସାମିଲ ହୋଇଛନ୍ତି ପ୍ରଦୀପ ପାଣିଗ୍ରାହୀ। ବୁଧବାର ଭୁବନେଶ୍ବରସ୍ଥିତ ବିଜେପି କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କର କିଛି ସମର୍ଥକ ଭାରତୀୟ ଜନତା ପାର୍ଟିରେ ମିଶିଛନ୍ତି। ୨୦୨୦ରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ପ୍ରଦୀପଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଥିଲା। ବିଜେଡିରୁ ବିଦା ହେବା ପରଠାରୁ ସେ ବିଜେପି ଆଡ଼କୁ ଢଳିବା ନେଇ ଚର୍ଚ୍ଚା ହେଉଥିଲା। ଆଉ ଏବେ ସମସ୍ତ ଆଲୋଚନା ପର୍ଯ୍ୟାଲୋଚନାରେ ପୂର୍ଣ୍ଣଚ୍ଛେଦ ଟାଣି ସେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି।
Comments are closed.