www.samajalive.in
Saturday, December 13, 2025
21.1 C
Bhubaneswar

ଅସଲି ଓ ନକଲି ପନିର କେମିତି ଚିହ୍ନିବେ ?

ସମାଜ ଡିଜିଟାଲ ଡେସ୍କ: ପନିର ହେଉଛି ଏକ ଏଭଳି କ୍ଷୀର ଜାତୀୟ ଖାଦ୍ୟ ଯାହା ପ୍ରତ୍ୟେକ ଘରେ ଘରେ ବ୍ୟବହାର ହୋଇଥାଏ। ପନିର ପକୋଡା ଠାରୁ ଆରମ୍ଭ କରି ଚିଲି ପନିର, ପନିର ମସଲା, ପନିର ଭୁଜିଆ, ପନିର ପରଟା ଆଦି ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଖାଦ୍ୟରେ ପନିର ବ୍ୟବହାର ହୋଇଥାଏ। ଏହାକୁ ଖାଇବାକୁ ପିଲାଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। ପନିରରେ ପ୍ରଚୁର ପରିମାଣରେ ପ୍ରୋଟିନ୍‍ ଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଭଲ। କିନ୍ତୁ ଆଜିକାଲି ବଜାରରେ ବହୁତ ପ୍ରକାର ନକଲି ପନିର ମିଳୁଛି। ଆମେ ଖାଉଥିବା ପନିର ଅସଲି କି ନକଲି କେମିତି ଜାଣିବା। ପନିର ଅସଲି କି ନାହିଁ ଜାଣିବା ପାଇଁ ଏକ ଚମତ୍କାର ଉପାୟ ରହିଛି।

୧ ଅସଲି ପନିର ସାଧାରଣତ ଧଳା କିମ୍ବା କ୍ରିିମିଆ ହୋଇଥାଏ। ନକଲି ପନିର ପ୍ରାୟତ ଅଧିକ ଚକଚକିଆ ଏବଂ ଲମ୍ବା ଦେଖାଯାଏ।
୨ ଅସଲି ପନିର ଗୋଲାକାର ଆକୃତି ହୋଇ ନରମ ହୋଇଥାଏ। ଏହାକୁ ରୋଷେଇ କରିବା ପରେ ଏହା ଖୁବ ନରମ ହୋଇଯାଏ। ହେଲେ ନକଲି ପନିର ଟିକେ ଟାଣ ରହିଥାଏ। ରୋଷେଇ କଲା ପରେ ମଧ୍ୟ ନରମ ହୋଇନଥାଏ।
୩ ଅସଲି ପନିର ସୁଗନ୍ଧ ସରଳ ଏବଂ ଅଳ୍ପ କ୍ଷୀର ପରି ହୋଇଥାଏ। ହେଲେ ନକଲି ପନିରରୁ ଏକ ଶକ୍ତ ବାସ୍ନା ଆସିଥାଏ।
୪ ଅସଲି ପନିର ଖୁବ ନରମ ହୋଇଥିବା କାରଣରୁ ଗରମ ପାଣିରେ ପକାଇବା ମାତ୍ରେ ଏହା ଖୋଲିବା ଆରମ୍ଭ କରେ। କିନ୍ତୁ ନକଲି ପନିରକୁ ଗରମ ପାଣିରେ ପକାଇଲେ ମଧ୍ୟ ତାହ କୌଣସି ପରିବର୍ତ୍ତନ ହୋଇନଥାଏ।
୫ ଅସଲି ପନିର ମିଠା ଓ ସ୍ୱାଦିଷ୍ଟ ହୋଇଥିବା ବେଳେ ନକଲି ପନିର ସାମାନ୍ୟ ଦୁର୍ଗନ୍ଧଯୁକ୍ତ ଏବଂ ଚଟପଟା ହୋଇଥାଏ।
ଏସବୁ ଦିଗ ପ୍ରତି ଧ୍ୟାନ ଦେଲେ ଆପଣ ଅସଲି ଓ ନକଲି ପନିର ଚିହ୍ନଟ କରିପାରିବେ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories