www.samajalive.in
Friday, December 5, 2025
26.1 C
Bhubaneswar

ମାର୍ଚ୍ଚ ୨୨ରୁ ମେ’ ୨୬ ପର୍ଯ୍ୟନ୍ତ ଆଇପିଏଲ୍‌ !

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)-୨୦୨୪ ଆସନ୍ତା ମାର୍ଚ୍ଚ ୨୨ରୁ ଖେଳାଯିବା ନେଇ ବିସସିଆଇ ଯୋଜନା କରୁଛି। ଚେନ୍ନଇର ଏମ୍‌ ଚିଦାମ୍ବରମ ଷ୍ଟାଡ଼ିୟମରେ ଗତଥରର ବିଜେତା ଚେନ୍ନଇ ସୁପରକିଙ୍ଗ୍‌ସ ଉଦ୍‌ଘାଟନୀ ମ୍ୟାଚ ଖେଳିବ। ସାଧରଣ ନିର୍ବାଚନକୁ ଦୃଷ୍ଟିରେ ରଖି କାର୍ଯ୍ୟସୂଚୀ ଦୁଇଟି ପର୍ଯ୍ୟାୟରେ ଘୋଷଣା କରାଯିବ। ପ୍ରଥମ ପର୍ଯ୍ୟାୟ କାର୍ଯ୍ୟସୂଚୀ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ଆଇପିଏଲ ପରିଚାଳନା ପରିଷଦ ଅଧ୍ୟକ୍ଷ ଅରୁଣ ଧୁମଲ ଷ୍ଟାରସ୍ପୋର୍ଟସ୍‌କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି। ଦେଶରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଇପିଏଲ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯିବ। ପ୍ରଥମ ପର୍ଯ୍ୟାୟ କାର୍ଯ୍ୟସୂଚୀ ଖୁବଶୀଘ୍ର ଘୋଷଣା କରାଯିବ। ପ୍ରଥମ ପର୍ଯ୍ୟାୟରେ ମାତ୍ର ୧୫ ଦିନ ଲାଗି କାର୍ଯ୍ୟସୂଚୀ ଘୋଷଣା କରାଯିବ। ନିର୍ବାଚନ ତାରିଖ ଘୋଷଣା ପରେ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷିତ ହେବ। ବିଭିନ୍ନ ଫ୍ରାଞ୍ଚାଇଜମାନଙ୍କ ସହିତ ଆଲୋଚନା କରାଯାଇ କାର୍ଯ୍ୟସୂଚୀ ଘୋଷଣା କରାଯିବ ବୋଲି ଧୁମଲ କହିଛନ୍ତି। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି୨୦ ବିଶ୍ବକପକୁ ଦୃଷ୍ଟିରେ ରଖି ମେ ସୁଦ୍ଧା ଆଇପିଏଲ ଶେଷ କରାଯିବ। ମେ ୨୬ରେ ଫାଇନାଲ ଖେଳାଯିବାକୁ ଯୋଜନା ରହିଛି ବୋଲି ଧୁମଲ କହିଛନ୍ତି। ଆଇପିଏଲ ଭାରତରେ ଆୟୋଜିତ ହେବ। ସାଧାରଣ ନିର୍ବାଚନ ଲାଗି ଭାରତ ବାହାରକୁ ଆଇପିଏଲ ଯିବାର କୌଣସି ଯୋଜନା ନାହିଁ ବୋଲି ଧୁମଲ ସ୍ପଷ୍ଟ କରିଛନ୍ତି। ୨୦୨୪ ଆଇପିଏଲ ଭାରତ ବାହାରେ ଖେଳାଯିବା ନେଇ ପ୍ରଥମରୁ ଚାଲିଥିବା ଚର୍ଚ୍ଚା ଶେଷରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories