www.samajalive.in
Sunday, December 14, 2025
19.1 C
Bhubaneswar

ତାଲୁକ ଆଇନ ସେବା କମିଟି ପକ୍ଷରୁ ସଚେତନତା ଶିବିର

ବୌଦ୍ଧ: ତାଲୁକା ଆଇନ ସେବା କମିଟି ହରଭଙ୍ଗା ପକ୍ଷରୁ ମଙ୍ଗଳବାର ଦିନ ହରଭଙ୍ଗା କୋର୍ଟ ପରିସରରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ହରଭଙ୍ଗା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିଶ ତଥା ହରଭଙ୍ଗା ତାଲକୁ ଆଇନ ସେବା କମିଟି ଅଧ୍ୟକ୍ଷ ପ୍ରିତିଶ କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଡକ ସୁରକ୍ଷା, ମୋଟର ଦୁର୍ଘଟଣା ଆଇନ, ଏହାର କ୍ଷତିପୂରଣ ଦାବୀ ଉପରେ ଥିବା ଆଇନର ଦିଗ ଉପରେ ଆଲୋକପାତ କରିଥିଲେ।

ଏହା ସହ ସଡକ ସୁରକ୍ଷାର ବିଭିନ୍ନ ନିୟମାବଳୀ ଉପରେ ମଧ୍ୟ ସଚେତନ କରାଯାଇଥିଲା।ଏହି ସଚେତନତା ଶିବିରରେ ହରଭଙ୍ଗା ଓକିଲ ସଂଘର ସଭାପତି ଅକ୍ଷୟ କୁମାର ସାହୁଙ୍କ ସମେତ ସମସ୍ତ ଆଇନଜୀବୀ ମାନେ ଯୋଗ ଦେଇଥିଲେ। କୋର୍ଟ କର୍ମଚାରୀ ପ୍ରଭୁଦତ୍ତ ଛତ୍ରିଆ, ପ୍ରବୀଣ କୁମାର ସାହୁ, ରମାକାନ୍ତ ମିର୍ଦ୍ଧା, ସୁମନ୍ତ ପ୍ରଧାନ, ଡେଭଲିନ ପ୍ରିୟଦର୍ଶନୀ, ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories