www.samajalive.in
Monday, December 15, 2025
27.1 C
Bhubaneswar

ବିଶ୍ୱ ମହିଳା ଦିବସରେ ଆସିବ ନୂଆ ଚଳଚ୍ଚିତ୍ର ‘ତ୍ରିକନ୍ୟା’

ଭୁବନେଶ୍ବର : ‘ଗ୍ୟାଙ୍ଗସ ଅଫ ପୁରୀ’ ଏବଂ ବାସ୍ତବଧର୍ମୀ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଦର୍ଶକୀୟ ଆଦୃତି ସାଉଁଟିବା ପରେ ଅମୀୟ ପଟ୍ଟନାୟକ ପ୍ରଡକସନ୍ସ ଓ ଟେକ୍ନୋ ଆର୍ଟ୍ସ ବ୍ୟାନର ରେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ନିର୍ମାଣ କରିଛନ୍ତି ଆଉ ଏକ ନୂଆ ଓଡ଼ିଆ ଚଳଚ୍ଚିତ୍ର “ତ୍ରିକନ୍ୟା” । ବିଶ୍ୱ ମହିଳା ଦିବସ ଉପଲକ୍ଷେ ତ୍ରିକନ୍ୟା ମୁକ୍ତିଲାଭ କରିବା ପାଇଁ ସ୍ଥିର ହୋଇଥିବାବେଳେ ଆଜି ଭୁବନେଶ୍ୱର ଶୀତଲ ହୋଟେଲରେ ତ୍ରିକନ୍ୟାର ଟ୍ରେଲର ରିଲିଜ୍ ହୋଇଯାଇଛି । ଟ୍ରେଲର ରିଲିଜ୍ ଅବସରରେ ଉପଦେଷ୍ଟା ସୀମା ପଟ୍ଟନାୟକ, ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, ସହ ପ୍ରଯୋଜିକା ତଥା ଅଭିନେତ୍ରୀ ବର୍ଷା ପଟ୍ଟନାୟକ, ଲେଖକ ମାନସ ପଢିଆରୀ, ଗୀତିକାର ସ୍ଥିତ ପଟ୍ଟନାୟକ, ଅଭିନେତା ସୁକାନ୍ତ ରଥ, ପାର୍ଥ ସାରଥୀ, ନିଶାନ୍ତ ମାଜିଥିଆ, ଅମନ, ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ, ନିଭି ପ୍ରମୁଖ ଉପସ୍ଥିତ ଥିଲେ ।

ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ ଭିନ୍ନ ଭିନ୍ନ କାହାଣୀକୁ ନେଇ ଓଡ଼ିଆ ଦର୍ଶକଙ୍କ ରୁଚିକୁ ଆଖିରେ ରଖି ସିନେମା ନିର୍ମାଣ କରିଚାଲିଛନ୍ତି । ତ୍ରିକନ୍ୟାର କାହାଣୀ ସମ୍ପୂର୍ଣ୍ଣ ନିଆରା । ଭିନ୍ନ ଭିନ୍ନ ପରିସ୍ଥିତି ଆଉ ପରିବେଶରୁ ଆସିଥିବା ତିନି ଜଣ ମହିଳା କିପରି ବିଭିନ୍ନ ପ୍ରକାରର କଠିନ ସମସ୍ୟାର ସମାଧାନ କରୁଛନ୍ତି ତାହାକୁ ନେଇ ତ୍ରିକନ୍ୟା ଚଳଚ୍ଚିତ୍ରର କାହାଣୀ ଗତିଶୀଳ । ଅଭିନୟରେ ବର୍ଷା ପଟ୍ଟନାୟକ, ମନୋଜ ମିଶ୍ର, ସୁକାନ୍ତ ରଥ, ପାର୍ଥ ସାରଥୀ, ଅମନ, ଶ୍ରଦ୍ଧା ପାଣିଗ୍ରାହୀ, ନିଶାନ୍ତ ମାଜିଥିଆ, ନିଭି ଓ ସିଜନ ମହାପାତ୍ର, ଶକ୍ତି ବରାଳ ଓ ତୃପ୍ତି ସିହ୍ନା ପ୍ରମୁଖ ଅଛନ୍ତି ।

- Advertisement -

କାହାଣୀ ଓ ଲେଖକ ମାନସ ପଢ଼ିଆରୀ, ଗୀତ ରଚନା କରିଛନ୍ତି କପିଳେଶ୍ଵର ରାଉତ, ସ୍ଥିତ ପଟ୍ଟନାୟକ ଓ ସୁମିତ ପଣ୍ଡା । ଶ୍ରୀକାନ୍ତ ପଣ୍ଡାଙ୍କ ସହିତ ମିଳିତ ଭାବେ ଅନୁରାଗ ପଟ୍ଟନାୟକ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଚିତ୍ରତ୍ତୋଳନ କରିଛନ୍ତି ଦୀପକ କୁମାର, ରଶ୍ମି ରଞ୍ଜନ ଦାସ ସମ୍ପାଦନା ଏବଂ ଶକ୍ତି ସ୍ୱରୂପ ଦ୍ବିବେଦୀ ସାଉଣ୍ଡ ଡିଜାଇନିଂ କରିଛନ୍ତି । ତ୍ରିକନ୍ୟାରେ ତିନିଟି ଗୀତ ଅଛି । କଣ୍ଠଦାନ କରିଛନ୍ତି କୁଲଦୀପ ପଟ୍ଟନାୟକ, ଡ଼ି. ଅଭିଷେକ, ସଞ୍ଚିତା, ଅବିନାଶ ଦାଶ ଓ ଅନ୍ତରା ଚକ୍ରବର୍ତ୍ତୀ ।  ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ଜାତୀୟ ପୁରସ୍କାର ପାଇଥିବା ତାଙ୍କର ପୂର୍ବ ଚଳଚ୍ଚିତ୍ର ପ୍ରତୀକ୍ଷା ଜରିଆରେ ସାମାଜିକ ପ୍ରସଙ୍ଗ ସମ୍ବନ୍ଧୀୟ ସିନେମା ପ୍ରତି ସେ ନିଜର ପ୍ରତିବଦ୍ଧତାକୁ ପ୍ରମାଣିତ କରିଛନ୍ତି । ବିଷୟବସ୍ତୁ ଗୁଣବତ୍ତା ଓ ଅନ୍ତର୍ଭୁକ୍ତିକୁ ଗୁରୁତ୍ୱ ଦେଇ ଅନୁପମ ଥିଏଟର ପ୍ରତି ଦର୍ଶକଙ୍କ ଆଗ୍ରହ ବଢେଇବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି । ତେବେ ଆସନ୍ତା ବିଶ୍ୱ ମହିଳା ଦିବସ ମାର୍ଚ୍ଚ ୮ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଥିବା ତ୍ରିକନ୍ୟା ନିଶ୍ଚିତ ଭାବେ ଦର୍ଶାକାଦୃତ ହେବ ଏଥିରେ ସନ୍ଦେହ ନାହିଁ ବୋଲି ପ୍ରଚାର ଓ ପ୍ରସାର ଦାୟିତ୍ୱରେ ଥିବା ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ମତ ପ୍ରକାଶ କରିଛନ୍ତି ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories