ଶ୍ରୀମନ୍ଦିରରେ ବନକଲାଗି ନୀତି, ୩ ଘଣ୍ଟା ପାଇଁ ଦର୍ଶନ ବନ୍ଦ

ଭୁବନେଶ୍ବର : ଆସନ୍ତାକାଲି ୩ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ । ବୁଧବାର ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ମାଘ ଶୁକ୍ଳ ଦ୍ୱାଦଶୀରେ ବନକଲାଗି ନୀତି ପାଇଁ ଦର୍ଶନ ବନ୍ଦ ରହିବ । ଏହି ସମୟରେ ଦତ୍ତ ମହାପାତ୍ର ସେବକମାନେ ଠାକୁରଙ୍କ ଶ୍ରୀମୁଖ ସିଂହାର କରିବା ପାଇଁ ଗର୍ଭଗୃହକୁ ପ୍ରବେଶ କରିବେ । ତେଣୁ ଏହି ସମୟରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

Comments are closed.