www.samajalive.in
Monday, December 15, 2025
16.1 C
Bhubaneswar

ପଟିଆଲାରେ ଆନ୍ଦୋଳନରତ ଚାଷୀଙ୍କ ମୃତ୍ୟୁ

ଚଣ୍ଡୀଗଡ଼: ପଞ୍ଜାବରେ ଆଉ ଜଣେ ଆନ୍ଦୋଳନରତ ଚାଷୀଙ୍କ ମୃତ୍ୟୁ ଘଟିଛି। ଏହି ଚାଷୀ ଜଣକ ପଟିଆଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସିଥିଲେ।

ସୂଚନା ମୁତାବକ, ପଟିଆଲା ନିକଟସ୍ଥ ଗ୍ରାମରେ ରହୁଥିବା ଚାଷୀ ନରିନ୍ଦର ପାଲ ସିଂହ ବିକେୟୁ ଉଗ୍ରାହାଂର କାର୍ଯ୍ୟକର୍ତ୍ତା ଥିଲେ। ବିଭିନ୍ନ ଦାବି ନେଇ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ବାସଭବନ ବାହାରେ ଅନ୍ୟ ଚାଷୀଙ୍କ ସହିତ ଧାରଣା ଦେଇଥିଲେ। ରବିବାର ବିଳମ୍ବିତ ରାତିରେ ନରିନ୍ଦର ପାଲଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍‌‌ ବିଗିଡ଼ି ଯାଇଥିଲା। ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୋମବାର ମୃତକଙ୍କ ପରିଜନ ଡାକ୍ତରଙ୍କ ସହିତ ହୋଇଥିବା କଥାବାର୍ତା ଆଧାରରେ କହିଛନ୍ତି ଯେ, ହୃଦଘାତରେ ନରିନ୍ଦରଙ୍କ ମୃତ୍ୟୁ ଘଟିଛି। ନରିନ୍ଦରଙ୍କର ଦୁଇ ଜଣ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ତେବେ ଗତ ଦୁଇ ବର୍ଷ ତଳେ ବଡ ଝିଅର ବିବାହ ହୋଇଛି। ଅନ୍ୟ ଦୁଇ ପିଲା ଏବେ ପାଠ ପଢ଼ୁଛନ୍ତି। ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Hot this week

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

Related Articles

Popular Categories