www.samajalive.in
Monday, December 15, 2025
17.1 C
Bhubaneswar

ଆଲୋଚନା ପୁଣି ବିଫଳ, ସରକାରଙ୍କ ପ୍ରସ୍ତାବ କୃଷକ ମୋର୍ଚ୍ଚାକୁ ଆସିଲାନି ପସନ୍ଦ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଖାରଜ କଲା କିଷାନ ମୋର୍ଚ୍ଚା । କେନ୍ଦ୍ର ସରକାରଙ୍କ ତରଫରୁ ଏମଏସପିରେ ୫ ବର୍ଷର ଚୁକ୍ତିର ପ୍ରସ୍ତାବ ଦିଆଯାଇଥିଲା । ଚାଷୀଙ୍କ କହିବାନୁସାରେ କେନ୍ଦ୍ର ସରକାର ଏ୨+ଏଫଏଲ୍+୫୦ ପ୍ରତିଶତ ଆଧାରରେ ଏମଏସପିରେ ଅଧ୍ୟାଦେଶ ଆଣିବା ପାଇଁ ଯୋଜନା କରୁଛନ୍ତି । କିନ୍ତୁ ଚାଷୀ ସଙ୍ଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା କହିଛି କି ସି୨+୫୦ ପ୍ରତିଶତରୁ ତଳକୁ କିଛି ବି ସ୍ବୀକାର କରାଯିବନି । ଏଭଳି ଭାବେ ଚାଷୀ ସହ ସରକାରଙ୍କ ଚତୁର୍ଥ ଥର ଆଲୋଚନା ମଧ୍ୟ ବିଫଳ ହୋଇଛି ।

ଚାଷୀଙ୍କ ସାମ୍ନାରେ ମକା, କପା, ହରଡ ଡାଲି, ମସୁର ଡାଲି ଓ ମୁଗ ସମେତ ୫ଟି ଫସଲର କ୍ରୟକୁ ନେଇ ୫ ବର୍ଷର ଚୁକ୍ତି ପ୍ରସ୍ତାବ ରଖାଯାଇଛି । କିନ୍ତୁ ଚାଷୀ ମୋର୍ଚ୍ଚା ସ୍ପଷ୍ଟ କରିଛିକି ସେମାନେ ସି୨+୫୦ ପ୍ରତିଶତର ନିୟମ ଆଧାରରେ ଏମଏସପିର ପ୍ରତିଶ୍ରୁତି ଚାହୁଁଛନ୍ତି । ୨୦୧୪ ନିର୍ବାଚନରେ ନିଜ ଘୋଷଣାନାମାରେ ବିଜେପି ସରକାର ଏହାର ପ୍ରତିଶ୍ରୁତି ଦେଇଥିଲା ବୋଲି ଦାବି କରିଛି ଚାଷୀ ସଙ୍ଗଠନ । କିନ୍ତୁ ଏବେ ହେଉଥିବା ଚର୍ଚ୍ଚାରେ କୌଣସି ପାରଦର୍ଶିତା ନାହିଁ ଏବଂ ବାରମ୍ବାର ଚର୍ଚ୍ଚା ହେଉଛି । ଏହା ଦିଲ୍ଲୀ ସୀମାରେ ୨୦୨୦-୨୧ ର ଐତିହାସିକ ଚାଷୀ ଆନ୍ଦୋଳନ ସମୟରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଦ୍ବାରା ସ୍ଥାପିତ ଗଣତାନ୍ତ୍ରିକ ସଂସ୍କୃତିର ବିରୁଦ୍ଧ ବୋଲି କହିଛି ଚାଷୀ ସଙ୍ଗଠନ ।

- Advertisement -

ସଂଯୁକ୍ତ କିଷାନ ମୋର୍ଚ୍ଚା କେନ୍ଦ୍ରମନ୍ତ୍ରୀଙ୍କୁ ଏହା ସ୍ପଷ୍ଟ କରିବା ପାଇଁ ଦାବି କରିଛି କି ମୋଦୀ ସରକାର ଋଣ ଛାଡ କରନ୍ତୁ । ଏହା ସହ ବିଜୁଳିର ଘରୋଇକରଣ ନକରିବା, ସାର୍ବଜନିକ କ୍ଷେତ୍ରର ଫସଲ ବୀମା ଯୋଜନା, ୬୦ ବର୍ଷରୁ ଅଧିକ ବୟସର ଚାଷୀଙ୍କୁ ୧୦ ହଜାର ଟଙ୍କା ମାସିକ ପେନସନ୍ ମଧ୍ୟ ଦାବି କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories