www.samajalive.in
Monday, December 15, 2025
17.1 C
Bhubaneswar

ସବୁଠୁ ମଜଭୁତ ସାମ୍‌ସଙ୍ଗ୍‌ ଟ୍ୟାବଲେଟ୍‌ର ବିକ୍ରି ଆରମ୍ଭ, ୪୦ ଫୁଟ୍‌ ଉଚ୍ଚରୁ ପଡ଼ିଲେ ବି..

ଡେସ୍କ: ସାମ୍‌ସଙ୍ଗ୍‌ର ସବୁଠୁ ମଜଭୁତ ଟ୍ୟାବଲେଟ୍‌ ସାମ୍‌ସଙ୍ଗ୍‌ ଗାଲାକ୍ସି ଟ୍ୟାବ୍‌ ଆକ୍ଟିଭ-୫ ଏବେ ବିକ୍ରି ପାଇଁ ଉପଲବ୍ଧ। କମ୍ପାନୀ ଏହାକୁ ଜାନୁଆରୀ ସାମ୍‌ସଙ୍ଗ୍‌ ଗାଲକ୍ସି ଏକ୍ସକଭର-୭ ସ୍ମାର୍ଟଫୋନ୍‌ ସହିତ ଲଞ୍ଚ୍‌ କରିଥିଲା। ବର୍ତ୍ତମାନ ଏହା ଆମେରିକାର ଗ୍ରାହକଙ୍କ ପାଇଁ ଉପଲବ୍ଧ।

ଗାଲାକ୍ସି ଟ୍ୟାବ୍ ଆକ୍ଟିଭ୍-୫କୁ ଆମେରିକାର ବ୍ୟବସାୟୀ ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର ଏଣ୍ଟରପ୍ରାଇଜ୍ ଏଡିସନ୍‌ରେ ପ୍ରଦାନ କରାଯାଉଛି। ଷ୍ଟାଣ୍ଡାର୍ଡ ମଡେଲ୍(ୱାଇ-ଫାଇ) ପାଇଁ ମୂଲ୍ୟ ପ୍ରାୟ ୪୫,୫୦୦ ଟଙ୍କାରୁ ଆରମ୍ଭ ହେଉଛି। ଅପରପକ୍ଷେ, ୫-ଜି ଭେରିଆଣ୍ଟ ପ୍ରାୟ ୫୫ ହଜାର ଟଙ୍କାରେ କିଣିପାରିବେ। ଗୋଟିଏ ଟ୍ୟାବଲେଟ୍‌ ପାଇଁ ଏହି ଦାମ୍‌ ବହୁତ ଅଧିକ, କିନ୍ତୁ ମନେରଖନ୍ତୁ ଯେ ଏହା ଦୈନନ୍ଦିନ ବ୍ୟବହାର ପାଇଁ ନୁହେଁ, ବରଂ କଠିନ ପରିସ୍ଥିତିରେ କାମ କରିବା ପାଇଁ ଡିଜାଇନ୍‌ କରାଯାଇଛି।

- Advertisement -

Samsung Galaxy Tab Active 5ର ବିଶେଷତ୍ବ:

ପ୍ରଥମରୁ କୁହାଯାଇଛି ଯେ, ସାମ୍‌ସଙ୍ଗ୍‌ ଏହି ଟ୍ୟାବଲେଟ୍‌କୁ ସ୍ୱତନ୍ତ୍ର ଭାବେ କଠିନ ପରିସ୍ଥିତିରେ ବ୍ୟବହାର କରିବା ପାଇଁ ତିଆରି କରିଛି। ଏହା MIL-STD-810H ସାର୍ଟିଫାଏଡ୍‌ ଏବଂ ଏକ ସୁରକ୍ଷାକାରୀ କେସ୍‌ ସହ ଆସିଥାଏ। କମ୍ପାନୀ ଦାବି କରିଛି ଯେ, ୧୨ ମିଟର(ଅର୍ଥାତ୍‌ ପ୍ରାୟ ୪୦ ଫୁଟ୍‌) ଉଚ୍ଚତାରୁ ପଡ଼ିଲେ ମଧ୍ୟ ଏହାର କୌଣସି କ୍ଷତି ହେବନାହିଁ। ଏହା IP68 ରେଟିଙ୍ଗ୍‌ ସହ ଡଷ୍ଟ ପ୍ରୁଫ୍‌ ଓ ୱାଟରପ୍ରୁଫ୍‌ ମଧ୍ୟ। ଏଥିସହ ଗୋରିଲ୍ଲା ଗ୍ଲାସ୍‌ ୫ ସହ ସ୍କ୍ରାଚ୍‌ ରେଜିଷ୍ଟାଣ୍ଟ।

ଏଥିରେ 120Hz ରିଫ୍ରେଶ୍‌ ରେଟ୍‌ ସହ ୮ ଇଞ୍ଚ ସମ୍ପୂର୍ଣ୍ଣ ଏଚ୍‌ଡି ଡିସ୍‌ପ୍ଲେ ରହିଛି। ଏଥିସହ ଗୋଟିଏ ୧୩ ମେଗାପିକ୍ସେଲର ରିୟର କ୍ୟାମେରା ଓ ୫ ମୋଗାପିକ୍ସେଲର ସେଲ୍‌ଫି କ୍ୟାମେରା ରହିଛି। ରାମ୍‌ ଓ ଷ୍ଟୋରେଜ ଭିତ୍ତିରେ ଏହାକୁ ଦୁଇଟି ଭେରିଆଣ୍ଟ 6GB+128GB ଓ 8GB+256GBରେ ଲଞ୍ଚ୍‌ କରାଯାଇଛି। ମାଇକ୍ରୋ ଏସଡି କାର୍ଡ଼ ଦ୍ବାରା ଷ୍ଟୋରେଜ୍‌ ୧ଟିବି ପର୍ଯ୍ୟନ୍ତ ବଢାଇ ହେବ। ଟ୍ୟାବରେ 5050mAh ବ୍ୟାଟେରୀ ରହିଛି ଏବଂ ସୁରକ୍ଷା ପାଇଁ ଏଥିରେ ଏକ ସାଇଡ୍‌ ଫିଙ୍ଗରପ୍ରିଣ୍ଟ ସ୍କାନର ରହିଛି। ଟ୍ୟାବ୍‌ କଡ଼ରେ ଆକ୍ଟିଭ ବଟନ ସହ କନେକ୍ଟଭିଟି ପାଇଁ ଏଥିରେ ଡୁଆଲ୍‌ ସିମ୍‌, ୫ଜି, ପୋଗୋ ପିନ୍‌, ୟୁଏସବି-ସି ଓ ୱାଇ-ଫାଇ ୬ ମଧ୍ୟ ଅଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories