www.samajalive.in
Sunday, December 7, 2025
16.1 C
Bhubaneswar

ମାର୍ଚ୍ଚସୁଦ୍ଧା ବୌଦ୍ଧକୁ ଛୁଇଁବ ରେଳ, ମାର୍ଦ୍ଦୀଙ୍ଗ ସୁଡଙ୍ଗର ଭଭୟପଟୁ ଫିଟିଲା ରାସ୍ତା

ହରଭଙ୍ଗା: ପଶ୍ଚିମଓଡ଼ିଶାର ଲାଇଫ୍‌‌ଲାଇନ୍‌‌ କୁହାଯାଉଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି। ରେଳପଥ ସୁଡଙ୍ଗ ନିର୍ମାଣ ଅଧିକ ସମୟସାପେକ୍ଷ କାର୍ଯ୍ୟ ଯୋଗୁଁ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସଂଯୋଗ ପାଇଁ ହୁଏତ କିଛିବର୍ଷ ବିଳମ୍ବ ଘଟିପାରେ। ମାତ୍ର ୩୭ବର୍ଷର ସ୍ୱପ୍ନ ଅତିଶୀଘ୍ର ପୂରଣ ହେବାକୁ ଯାଉଛି। ଆସନ୍ତା ମାର୍ଚ୍ଚ ଶେଷସୁଦ୍ଧା ସୋନପୁର ପାର୍ଶ୍ବରୁ ବୌଦ୍ଧକୁ ରେଳପଥ ଛୁଇଁବ ବୋଲି ବିଭାଗୀୟ ଡିଆରଏମ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ଏସବୁ ଭିତରେ ଆଉ ଏକ ଖୁସି ଖବର ମଧ୍ୟ ପହଞ୍ଚିଛି। ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ନିକଟସ୍ଥ ମାର୍ଦ୍ଦୀଙ୍ଗ ନିକଟରେ ୩୧୭ ମିଟର ରେଲପଥ ସୁଡଙ୍ଗ ନିର୍ମାଣ ଚାଲିଛି। ଗତ ୧୪ତାରିଖ ସଫଳତାର ସହ ଏହି ସୁଡଙ୍ଗର ଉଭୟପାର୍ଶ୍ବ ରାସ୍ତା ଖୋଲିଥିବା ଜଣାପଡ଼ିଛି। ଯାହାକି ରେଳମନ୍ତ୍ରଣାଳୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସୁଡଙ୍ଗ ନିର୍ମାଣରେ ନିୟୋଜିତ ଯନ୍ତ୍ରୀ ଓ ଶ୍ରମିକଙ୍କ ଫଟୋ ଜାରି କରି ଖୁସିବ୍ୟକ୍ତ କରିଛି। ଏଥିରୁ ଜଣାପଡୁଛି ଯେ, ସୁଡଙ୍ଗ କାର୍ଯ୍ୟ ମଧ୍ୟ ସଫଳତାର ସହ ଆଗେଇ ଚାଲିଛି। ବହୁତଦିନ ଅପେକ୍ଷାର ଅନ୍ତଘଟିବାକୁ ଯାଉଥିବାବେଳେ ବୌଦ୍ଧବାସୀଙ୍କ ରେଳପଥ ସ୍ୱପ୍ନ ପୂରଣ ହେବାକୁ ଯାଉଛି।

ପ୍ରକାଶ ଯେ, ୧୯୮୪-୮୫ମସିହାରୁ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ କଥା ଉଠିଥିଲା। ଉକ୍ତ ରେଳପଥକୁ ନିର୍ମାଣକୁ ନେଇ ବୌଦ୍ଧ-ସୋନପୁର, ନୟାଗଡ଼ ଭଳି ୦୩ଟି ଜିଲାବାସୀଙ୍କ ସ୍ୱପ୍ନ କେବେ ପୂରଣ ହେବ ବୋଲି ନାନାପ୍ରକାର ଚର୍ଚ୍ଚା ଲାଗି ରହିଥିଲା। ଗତ କିଛିଦିନ ତଳେ ନୟାଗଡ଼ ଜିଲା ଦଶପଲ୍ଲା ପର୍ଯ୍ୟନ୍ତ ଏବଂ ସୋନପୁର ଜିଲାକୁ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସଂଯୋଗ ପରେ ମଝିରେ ରହିଥିବା ବୌଦ୍ଧବାସୀଙ୍କ ରେଳପଥ ସ୍ୱପ୍ନ ପୂରଣ ହେବାରେ ସୁଡଙ୍ଗ ଅନ୍ତରାୟ ସୃଷ୍ଟି କରିଛି। ବୌଦ୍ଧରୁ ଦଶପଲ୍ଲା ପର୍ଯ୍ୟନ୍ତ ମୋଟ ୦୭ଗୋଟି ସୁଡଙ୍ଗ ନିର୍ମାଣ ହେବ। ଆଡେଣିଗଡ଼ଠାରେ ୪.୧୮୫କି.ମି.ର ସବୁଠାରୁ ଦୀର୍ଘତମ ସୁଡଙ୍ଗ ନିର୍ମାଣ କାର୍ଯ୍ୟ ଚାଲିଛି।

- Advertisement -

ସେହିପରି ତେଇଶିମାଇଲ ନିକଟରେ ୧.୯୭୫କି.ମି.ର ଦ୍ୱିତୀୟ ବୃହତମ ସୁଡଙ୍ଗ ନିର୍ମାଣାଧୀନ ରହିଛି। ଅନ୍ୟପଟେ ମାର୍ଦ୍ଦୀଙ୍ଗ ନିକଟରେ ଚାଲିଥିବା ଦୁଇଟି ସୁଡଙ୍ଗ ନିର୍ମାଣାଧୀନ ରହିଛି। ସେଥିରୁ ଗୋଟିଏ ୦.୩୧୭ ଏବଂ ଅନ୍ୟଟି ୦.୩୧୫ ମିଟର ବୋଲି ସୂଚନା ମିଳିଛି। ଆଉ ତିନିଗୋଟି ସୁଡଙ୍ଗ ମାଧପୁରଠାରୁ ଦଶପଲ୍ଲା ମଧ୍ୟରେ ନିର୍ମାଣାଧୀନ ରହିଛି। ପ୍ରଥମଥର ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସୁଡଙ୍ଗ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି। ଗତ ବୁଧବାର ମାର୍ଦ୍ଦୀଙ୍ଗ ନିକଟସ୍ଥ ୦.୩୧୭ ସୁଡଙ୍ଗର ଉଭୟ ପାର୍ଶ୍ବରେ ରାସ୍ତା କାର୍ଯ୍ୟ ସଫଳତାର ସହ ଫିଟିଥିବାରୁ ଏହାର ନିର୍ମାଣ ଦାୟିତ୍ୱରେ ଥିବା ଜି.ଆର. ଇନଫ୍ରାଷ୍ଟ୍ରକଚର ଲିମିଟେଡକୁ ରେଳ ମନ୍ତ୍ରଣାଳାୟ ପକ୍ଷରୁ ତାଙ୍କ ଟିମ୍‌କୁ ଶୁଭେଛା ଜ୍ଞାପନ କରାଯାଇଛି। ସଫଳତାର ସହ ରେଳପଥ ସୁଡଙ୍ଗ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଆଉ ଦୁଇବର୍ଷ ମଧ୍ୟରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସଂଯୋଗ ହେବା ଆଶା ଦିଶୁଛି। ଯାହାଫଳରେ ଅତିଶୀଘ୍ର ବୌଦ୍ଧ ଜିଲାର ହରଭଙ୍ଗା ବ୍ଲକବାସୀଙ୍କ ରେଳପଥ ସ୍ୱପ୍ନ ପୂରଣ ହେବ ବୋଲି ଆଶା କରାଯାଉଛି।

ସୂଚନା ଥାଉକି, ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ଦୂରତା ୨୮୯କିଲୋମିଟର ରହିଛି। ସେଥିରୁ ବୌଦ୍ଧ ଜିଲାରେ ସର୍ବାଧିକ ୧୧୦ କିଲୋମିଟର ରେଳପଥ ନିର୍ମାଣ ହେବ ବୋଲି ସୂଚନା ମିଳିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories