www.samajalive.in
Monday, December 15, 2025
16.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: କୃଷକ ସାଥିଙ୍କ ଆବଶ୍ୟକୀୟ ଖର୍ଚ୍ଚ ପରିମାଣ ବାର୍ଷିକ ୧୨ ହଜାରୁ ୧୮ ହଜାରକୁ ବୃଦ୍ଧି

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର କୃଷକ ସାଥି ମାନଙ୍କ ଆବଶ୍ୟକ ଖର୍ଚ୍ଚ ପାଇଁ ସହାୟତା ରାଶିର ପରିମାଣ ବୃଦ୍ଧି ଘୋଷଣା କରିଛନ୍ତି । ସେମାନଙ୍କ ଆବଶ୍ୟକ ଖର୍ଚ୍ଚ ପାଇଁ ସହାୟତା ପରିମାଣ ବର୍ଷକୁ ୧୨ ହଜାର ଟଙ୍କାରୁ ୧୮ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହାଦ୍ବାରା ରାଜ୍ୟର ୧୩,୬୦୦ କୃଷକ ସାଥି ଉପକୃତ ହେବେ। ଏହି ବର୍ଦ୍ଧିତ ପରିମାଣ ପିଛିଲା ଭାବେ ଅକ୍ଟୋବର ୨୦୨୩ରୁ ଲାଗୁ ହେବ ।

ସୂଚନାଯୋଗ୍ୟ ଯେ କୃଷି ପ୍ରସାରଣ କାର୍ଯ୍ୟରେ ସହାୟତା ପାଇଁ ରାଜ୍ୟ ସରକାର ୨୦୦୭-୨୦୦୮ ମସିହାରେ ରାଜ୍ୟର ଅଗ୍ରଣୀ ଚାଷୀ ମାନଙ୍କୁ କୃଷକ ସାଥି ଭାବେ ନିଯୁକ୍ତି ଦେଇଥିଲେ । ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଦୁଇ ଜଣ ଲେଖାଏ କୃଷକ ସାଥି କାମ କରୁଛନ୍ତି ।

- Advertisement -

କୃଷକ ସାଥିମାନେ କୃଷି କାର୍ଯ୍ୟ ସଂପର୍କିତ ବିଭିନ୍ନ ବିଷୟରେ ଚାଷୀ ମାନଙ୍କୁ ସଚେତନ କରିବା ସହିତ ଆବଶ୍ୟକ ପରାମର୍ଶ ମଧ୍ୟ ଦେଇଥାନ୍ତି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories