www.samajalive.in
Sunday, December 14, 2025
19.1 C
Bhubaneswar

ଏମକେସିଜିରେ ରାଗିଂ, ୪ ଛାତ୍ରଙ୍କୁ କ୍ୟାମ୍ପସ ମନା

ବ୍ରହ୍ମପୁର: ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ(ଏମକେସିଜି)ରେ ରାଗିଂ ଘଟଣାରେ ୪ଜଣ ଡାକ୍ତରୀ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରାଗିଂ ଘଟଣାରେ ସମ୍ପୃକ୍ତ ଥିବା ୪ଜଣ ଡାକ୍ତରୀ ଛାତ୍ରଙ୍କୁ କ୍ୟାମ୍ପସ ମନା ନେଇ ଡିନ ଇନଚାର୍ଜଙ୍କ ସୂଚନା ଦେଇଛନ୍ତି। ମାଡ଼ ମାରିଥିବା ୨ ଛାତ୍ରଙ୍କୁ ୨ ମାସ ପାଇଁ କଲେଜ କ୍ୟାମ୍ପସ ମନା କରାଯାଇଥିବାବେଳେ ଲିଫ୍ଟ ଦେଇଥିବା ୨ ଛାତ୍ରଙ୍କୁ ସପ୍ତାହେ ପାଇଁ କଲେଜ କ୍ୟାମ୍ପସକୁ ବାରଣ କରାଯାଇଛି। ଗତ ୧୨ ତାରିଖରେ ପ୍ରଥମ ବର୍ଷ ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।

ମେଡ଼ିକାଲ୍‌ ଆଣ୍ଟି ରାଗିଂ ସେଲ୍‌ ନିଷ୍ପତ୍ତି ଅନୁସାରେ ମାଡ଼ ମାରିଥିବା ଦୁଇ ସିନିୟର ଛାତ୍ରଙ୍କୁ ଦୁଇ ମାସ ପାଇଁ ବ୍ୟାନ୍‌ କରାଯାଇଛି। ସେମାନେ ମେଡିକାଲ କ୍ୟାମ୍ପସ୍‌ ଆସିପାରିବେ ନାହିଁ। ସେମାନେ କ୍ଲାସ ମଧ୍ୟ କରିପାରିବେ ନାହିଁ। କିମ୍ବା ନିଜ ହଷ୍ଟେଲରେ ରହିପାରିବେ ନାହିଁ। ସେହିପରି ଲିଫ୍‌ଟ ନେଇଥିବା ଦୁଇ ଛାତ୍ରଙ୍କୁ ମଧ୍ୟ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାନ୍‌ କରାଯାଇଛି। ଦୁଇ ଛାତ୍ର ଏକ ସପ୍ତାହ ପାଇଁ ମେଡିକାଲ କ୍ୟାମ୍ପାସ ଯାଇପାରିବେ ନାହିଁ ବୋଲି ଅଧ୍ୟକ୍ଷ ଦାୟିତ୍ୱରେ ଥିବା ପ୍ରଫେସର ଦୁର୍ଗା ପ୍ରସାଦ ଶତପଥୀ ପ୍ରକାଶ କରିଛନ୍ତି। ଆଗକୁ ଯେଭଳି ଏମିତି କୌଣସି ଘଟଣା ନଘଟିବ, ସେଥିପ୍ରତି ଦୃଷ୍ଟି ଦିଆଯାଇଥିବା ସେ କହିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories