www.samajalive.in
Monday, December 15, 2025
16.1 C
Bhubaneswar

୨୦୨୪ନୂତନ ସୂର୍ଯ୍ୟ ଉଦୟରେ କଂଗ୍ରେସର କିରଣ, ଧାମରାରେ କଂଗ୍ରେସର ମିଶ୍ରଣ ପର୍ବ

ଧାମରା: ଭଦ୍ରକ ଜିଲ୍ଲା ଅର୍ନ୍ତଗତ ଧାମରା ନିକଟସ୍ଥ କଇଥଖୋଲା ଠାରେ କଂଗ୍ରେସ ଏକ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି। ଏହି ଉପଲକ୍ଷେ ଚାନ୍ଦବାଲିରୁ ଏକ ବିଶାଳ ମୋଟରସାଇକେଲ ରାଲି ବାହାରି ମତୋ, ଦିଗଛିଆ, ଯଶୀପୁର,ବାଂଶଡା ହୋଇ ଧାମରା ମନ୍ଦିର ନିକଟରେ ପହଂଚିଥିଲା। ପରେ ଧାମରା ଆଠ ପଂଚାୟତର ରୁ ଆସିଥିବା କଂଗ୍ରେସକର୍ମୀ ଏହି ଶୋଭାଯାତ୍ରାରେ ସାମିଲ ହୋଇ ଜାଗୁଳା, ଦୋସିଙ୍ଗା,କରଞମାଳ, କରଣପଲ୍ଲୀ ଏବଂ ପଂଚୁଟିକ୍ରି ପଂଚାୟତ ପରିକ୍ରମା କରିବା ପରେ କଇଥଖୋଲା ଠାରେ ପହଂଚି ଥିଲେ। ପରେ କଇଥଖୋଲା ପଂଚାୟତରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସାଧାରଣ ସଭାରେ ଚାନ୍ଦବାଲି ବ୍ଲକ କଂଗ୍ରେସ ସଭାପତି ବୈଲୋଚନ ପଣ୍ଡା ସଭାପତିତ୍ୱ କରିଥିବା ବେଳେ , ମୂଖ୍ୟ ଅତିଥି ଭାବେ ପିସିସି ସଭାପତି ଶରତ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଓଡିଶା ପ୍ରଭାରୀ ଯଥା ଅଖିଳ ଭାରତ କଂଗ୍ରେସ ସାଧାରଣ ସଂପାଦକ ଖ୍ରିଷ୍ଟୋଫର ତିଳକ, ପିସିସି ଉପ ସଭାପତି ତଥା ଭଦ୍ରକ ଲୋକସଭା ଆସନର କଂଗ୍ରେସ ପୂର୍ବତନ ସାଂସଦ ଓ ବିଧାୟକ ଅନନ୍ତ ପ୍ରସାଦ ସେଠୀ,ଜିଲ୍ଲା ସଭାପତି ଅଶୋକ ଦାସ, ପିସିସିର ଯୁବ ସଂପାଦକ ମନୋଜ ବିଶ୍ୱାଳ,ଜିଲ୍ଲା କଂଗ୍ରେସ ନେତ୍ରୀ ମଧୁମିତା ସେଠୀ ,ଜିଲ୍ଲା ମହିଳା ସଭାନେତ୍ରୀ ସୁଲୋଚନା ନାୟକ, ଭଦ୍ରକ ଜିଲ୍ଲା କଂଗ୍ରେସର ମୂଖ୍ୟ ମୁଖପାତ୍ର ଶୁଭେନ୍ଦୁ ରାୟ ମହାପାତ୍ର , ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଅମୀୟ କୁମାର ମହାପାତ୍ର ଦିଗମ୍ବର ଦାସ,ଉମେଶ ମହାକୁଡ, ବିଜୟ ବେହେରା, ନରେନ୍ଦ୍ର ମାଇତି, ପ୍ରଭୁରାମ ଜେନା,ଦୀପକ ମାହୁନ୍ତ,ପ୍ରମୋଦ ନାୟକ ସୁରେଶ ମାହୁନ୍ତ,ବିଜୟ ଧଳ,ବିଜୟ ବେରା,ସାଧନ ବେରା ପ୍ରମୁଖ ମଂଚାସୀନ ଥିଲେ। ଏହି ମିଶ୍ରଣ ପର୍ବରେ ଧାମରା ୮ପଂଚାୟତର ୬ଶହରୁ ଉର୍ଦ୍ଧ ପରିବାର ଅଣ୍ୟଦଳ ଛାଡି କଂଗ୍ରେସରେ ସାମିଲ ହୋଇଛନ୍ତି ବୋଲି ଚାନ୍ଦବାଲି ବ୍ଲକ କଂଗ୍ରେସ ସଭାପତି ବୈଲୋଚନ ପଣ୍ଡା ସୂଚନା ଦେଇଥିଲେ।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories