www.samajalive.in
Monday, December 15, 2025
27.1 C
Bhubaneswar

ଅଧିକ ଦିନ ଥଣ୍ଡା ଓ କାଶ ଲାଗି ରହୁଛି କି? ମାରାତ୍ମକ ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଦୈନଦିନ ଜୀବନରେ ଥଣ୍ଡା ଏବଂ କାଶ ହେବା ସାଧାରଣ । କିନ୍ତୁ ଯଦି ଏହା ଅଧିକ ଦିନ ଧରି ଲାଗି ରହୁଛି ତେବେ ଅଣଦେଖା କରିବା ଭୁଲ । ଅନେକ ଥର ପାଣିପାଗର ପରିବର୍ତ୍ତନ କିମ୍ବା ସଂକ୍ରମଣ ଯୋଗୁ ଥଣ୍ଡା କାଶ ଲାଗି ରହିଥାଏ । ଥଣ୍ଡା କାଶ ଅଧିକ ଦିନ ଲାଗି ରହୁଥିଲେ ଏହା ବିପଜ୍ଜନକ ହୋଇପାରେ । ନିକଟରେ ଜଣେ ଡାକ୍ତରଙ୍କୁ ଥଣ୍ଡା କାଶ ଲାଗି ରହିବାରୁ ସେ କେଉଁ ପରିସ୍ଥିତି ଦେଇ ଗତି କରିଥିଲେ ତାହାର ସୂଚନା ଦେଇଛନ୍ତି ।
ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଡକ୍ଟର ଦୀପକ କୃଷ୍ଣମୂର୍ତ୍ତି ସୋସିଆଲ ମିଡିଆରେ ସୂଚନା ଦେଇ କହିଛନ୍ତି ଯେ ଥଣ୍ଡା ଏବଂ କାଶ ଜୀବାଣୁ ଯୋଗୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ହୋଇଥିଲା । ରାତିରେ ଶୋଇବା ବେଳେ ଅତ୍ୟଧିକ ମାତ୍ରାରେ କାଶ ହେବା କାରଣରୁ ସେ ଶ୍ୱାସାକ୍ରିୟାରେ କଷ୍ଟ ଅନୁଭବ କରିଥିଲେ । ଅତ୍ୟନ୍ତ କଷ୍ଟ ହେବା କାରଣରୁ ସେ ନେବୁଲାଇଜେସନର ସାହାଯ୍ୟ ନେଇଥିଲେ । ଫଳରେ କାଶରୁ ଟିକେ ମୁକ୍ତି ମିଳିଥିଲା ।

ଏଭଳି ଥଣ୍ଡା ଓ କାଶ ହେବାର ଅନେକ ପ୍ରକାର କାରଣ ହୋଇପାରେ । ଯେପରିକି କୋଭିଡ ଲକ୍ଷଣ, ସାଧାରଣ ଫ୍ଲୁ ହେଲେ ଥଣ୍ଡା ପରି ଶ୍ୱାସକ୍ରିୟା ସଂକ୍ରମଣ ସବୁଠାରୁ ଅଧିକ ଦେଖାଯାଏ । ନାକ ବନ୍ଦ ହେବା, କାଶ ଲାଗି ରହିବା ଏବଂ ଗଳା ଫୁଲିଯିବା ଭଳି ଲକ୍ଷଣ ଦେଖାଯାଏ । ଯେକୌଣସି ଔଷଧ ଖାଇଲେ ମଧ୍ୟ କାମ କରିନଥାଏ । କିଛି ରୋଗୀଙ୍କୁ ଏହା ମାସେ ଧରି ଲାଗି ରହିଥାଏ । ବାୟୁ ପ୍ରଦୂଷଣ ଏବଂ ଆଲର୍ଜି ଦ୍ୱାରା କାଶ ସବୁବେଳେ ଲାଗି ରହିଥାଏ । ବର୍ତ୍ତମାନ ସମୟରେ ବାରମ୍ବାର ଜଳବାୟୁ ପରିବର୍ତ୍ତନ ମଧ୍ୟ ଏହାର ଆଉ ଏକ କାରଣ ହୋଇପାରେ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।

Hot this week

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

Related Articles

Popular Categories