ଏମକେସିଜି ମେଡିକାଲ କଲେଜରେ ଛାତ୍ର ରାଗିଂ ଘଟଣା: ୪ ସିନିୟର୍ ଛାତ୍ରଙ୍କୁ କ୍ୟାମ୍ପସରୁ ବ୍ୟାନ୍
ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଛାତ୍ରଙ୍କୁ ରାଗିଂ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ୪ଜଣ ସିନିୟର ଛାତ୍ରଙ୍କୁ କ୍ୟାମ୍ପସରୁ ବ୍ୟାନ୍ କରାଯାଇଛି। ଗତ ୯ ତାରିଖ ବିଳମ୍ବିତ ରାତିରେ କଲେଜର ଦ୍ବିତୀୟ ବର୍ଷର ଜଣେ ଛାତ୍ରଙ୍କୁ ରାଗିଂ ସହ ଆକ୍ରମଣ କରାଯାଇଥିଲା। ଆଣ୍ଟିଂ ରାଗିଂ କମିଟି ଏହି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି। ଚତୁର୍ଥ ବର୍ଷ ଛାତ୍ର ଷ୍ଟାଲିନ୍ ମହାପାତ୍ର ଓ ଜ୍ୟୋତିପ୍ରକାଶ ରାଉତ୍ ୨ ମାସ ପର୍ଯ୍ୟନ୍ତ କ୍ୟାମ୍ପରେ ପ୍ରବେଶ କରିପାରିବେ ନାହିଁ। ଉଭୟଙ୍କୁ ହଷ୍ଟେଲ ଛାଡିବା ସହ କ୍ଲାସକୁ ନ ଆସିବାକୁ କୁହାଯାଇଛି। ସେହିଭଳି ରାଗିଂକୁ ପ୍ରଶୟ ଦେବା ଅଭିଯୋଗରେ ଚତୁର୍ଥ ବର୍ଷ ଛାତ୍ର ସୂର୍ଯ୍ୟକାନ୍ତ ନାୟକ ଓ ରମେଶ ସେଠୀଙ୍କୁ ଦୁଇ ସପ୍ତାହ ପାଇଁ ହଷ୍ଟେଲ ଛାଡିବା ସହ କ୍ଲାସକୁ ନ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି।
Comments are closed.