nua o banner

ସରକାରୀ ଯୋଜନାରୁ ବଂଚିତ, ପ୍ରତିବାଦରେ ପଂଚାୟତରେ ତାଲା

BJD Bijuli 480×75 Mob

ହରଭଙ୍ଗା : ସରକାର ଗରିବ, ଅସହାୟ, ଭିନ୍ନକ୍ଷମଙ୍କ ପାଇଁ ବିିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ମାତ୍ର ହରଭଙ୍ଗା ବ୍ଲକର ଅନୁସୂଚିତଜାତି ଓ ଜନଜାତି ବହୁଳ ଆଡେଣିଗଡ ପଂଚାୟତରେ ବହୁ ଗରିବ ହିତାଧିକାରୀ ସରକାରୀ ଯୋଜନାରୁ ବଂଚିତ ପ୍ରତିବାଦରେ ଗୁରୁବାର ପଂଚାୟତ କାର୍ଯ୍ୟାଳୟରେ କେତେଜଣ ଲୋକ ତାଲା ଠୁଙ୍କିଥିବା ଜଣାପଡିଛି। ଅଭିଯୋଗକାରୀ ସଚଳ ଦୀପ, ସୁଲୋଚନା ନାୟକ, ଉର୍ବଶୀ ବଘାର, ଅଭୟ କୁମାର ବେହେରା ପ୍ରମୁଖଙ୍କ ଅଭିଯୋଗ ଅନୁସାରେ ଅର୍ନ୍ତୋଦୟ, ପ୍ରଧାନମନ୍ତ୍ରୀ ଆବାସ ଘର ଭଳି ବିଭିନ୍ନ ସରକାରୀ ଯୋଜନାରୁ ସେମାନଙ୍କୁ ବଂଚିତ କରାଯାଉଛି। ସେମାନଙ୍କୁ ନ୍ୟାୟ ଦାବୀରେ ବିଭିନ୍ନ ଲିଖିତ ଅଭିଯୋଗ ପରେ ମଧ୍ୟ ସୁଫଳ ମିଳୁନାହିଁ। ସେମାନେ ଏହାର ପ୍ରତିବାଦରେ ପଂଚାୟତରେ ତାଲାପକାଇ ଅଚଳ କରିବାପାଇଁ ଏଭଳି ନିଷ୍ପତି ନେଇଛନ୍ତି। ଏ ସର୍ମ୍ପକରେ ପଂଚାୟତ ପିଇଓ ଦିଲ୍ଲିପ ମଲ୍ଲିକଙ୍କୁ ପଚାରିବାରୁ ସେ କହିଲେ ପଂଚାୟତ କାର୍ଯ୍ୟାଳୟରେ ତାଲା ପଡିଛି। ମାତ୍ର ଏ ବାବଦରେ କେହି ଆମକୁ ଆଗରୁ ଜଣାଇନାହାଁନ୍ତି ବୋଲି କହିଥିଲେ।

Comments are closed.