ଅନୁଭବଙ୍କ ବାପା ଅଭୟ ମହାନ୍ତିଙ୍କ ପରଲୋକ
କଟକ: ଓଲିଉଡ଼ ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କ ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୪ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଦୀର୍ଘ ଦିନ ହେବ ଅଭୟ ମହାନ୍ତି ଅସୁସ୍ଥ ଥିବା ଅନୁଭବ ସୂଚନା ଦେଇଥିଲେ । ଶିକ୍ଷାବିତ ଓ ନାଟ୍ୟକାର ଥିଲେ ଅଭୟ ମହାନ୍ତି । କଟକ ଚୌଧୁରୀ ବଜାର ସ୍ଥିତ ବାସଭବନରେ ଶେଷ ଦର୍ଶନ କରୁଛନ୍ତି ପରିବାର ଓ ବନ୍ଧୁ ପରିଜନ ।
Comments are closed.