www.samajalive.in
Saturday, December 6, 2025
15.1 C
Bhubaneswar

୩୯ ବର୍ଷ ବୟସରେ ନବି ବିଶ୍ବର ୧ନଂ ଅଲରାଉଣ୍ଡର

ନୂଆଦିଲ୍ଲୀ : ଆଫଗାନିସ୍ତାନ ଅଲରାଉଣ୍ଡର ମହମ୍ମଦ ନବି ଇତିହାସ ସୃଷ୍ଟି କରିଛନ୍ତି। ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ଅଲରାଉଣ୍ଡର ମାନ୍ୟତାରେ ମହମ୍ମଦ ନବି ଶୀର୍ଷରେ ପହଞ୍ଚିଛନ୍ତି। ୩୯ ବର୍ଷ ବୟସରେ ନବି ଦିନିକିଆ ଅଲରାଉଣ୍ଡର ମାନ୍ୟତାର ଶୀର୍ଷରେ ପହଞ୍ଚିଛନ୍ତି। ନବି ବିଶ୍ବର ବୟୋଜ୍ୟେଷ୍ଠ କ୍ରିକେଟର ଭାବେ ଦିନିକିଆ ଅଲରାଉଣ୍ଡର ମାନ୍ୟତାର ଶୀର୍ଷରେ ପହଞ୍ଚିଛନ୍ତି। ବାଂଲାଦେଶ ଅଲରାଉଣ୍ଡର ସାକିବ୍‌ ଅଲ୍‌ ହାସନଙ୍କୁ ହଟାଇ ନବି ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ସାକିବ୍‌ ଦ୍ବିତୀୟ ସ୍ଥାନକୁ ଖସି ଆସିଛନ୍ତି। ନବି ୩୧୪ ରେଟିଂ ପଏଣ୍ଟ ସହ ଶୀର୍ଷରେ ରହିଥିବାବେଳେ ସାକିବ୍‌ ୩୧୦ ରେଟିଂ ପଏଣ୍ଟ ପାଇଛନ୍ତି। ସାକିବ୍‌ ୨୦୧୯ ମେ ୭ରୁ ୧୭୩୯ ଦିନ ଦିନିକିଆ ଅଲରାଉଣ୍ଡର ମାନ୍ୟତାର ଶୀର୍ଷରେ ରହିଥି​​ଲେ। ବର୍ତ୍ତମାନ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଶୃଙ୍ଖଳାରେ ପ୍ରଥମ ଦୁଇ ମ୍ୟାଚରେ ନବି ଚମତ୍କାର ପ୍ରଦର୍ଶନ ବଳରେ ଅଲରାଉଣ୍ଡର ମାନ୍ୟତାର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ପ୍ରଥମ ମ୍ୟାଚରେ ନବି ୧୩୬ରନ କରିଥିଲେ। ନବି ୩୮ ବର୍ଷ ୮ ମାସରେ ଏହି ସ୍ଥାନ ହାସଲ କରିଛନ୍ତି। ଟେଷ୍ଟ କ୍ରିକେଟରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଏକ ନମ୍ବର ସ୍ଥାନ ବଜାୟ ରଖିଥିବାବେଳେ ଦକ୍ଷିଣ ଆଫ୍ରିକାର କାଗିସୋ ରାବଡ଼ା ଦ୍ବିତୀୟ ଓ ରବିଚନ୍ଦ୍ରନ ଅଶ୍ବିନ ୩ୟ ସ୍ଥାନରେ ରହିଛନ୍ତି। ଟେଷ୍ଟ ଅଲରାଉଣ୍ଡର ମାନ୍ୟତାରେ ରବୀନ୍ଦ୍ର ଜାଡେଜା ଶୀର୍ଷ ସ୍ଥାନରେ ରହିଛନ୍ତି। ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ନ୍ୟୁଜିଲାଣ୍ଡର କେନ୍‌ ୱିଲିୟମସନ ଶୀର୍ଷରେ ରହିଛନ୍ତି। ଦିନିକିଆ ବୋଲିଂ ମାନ୍ୟତାରେ ଦକ୍ଷିଣ ଆଫ୍ରିକାର ସ୍ପିନର କେଶବ ମହାରାଜ୍‌ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ବ୍ୟାଟିଂରେ ପାକିସ୍ତାନର ବାବର ଆଜାମ ଶୀର୍ଷରେ ରହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories