www.samajalive.in
Sunday, December 14, 2025
14.1 C
Bhubaneswar

ବ୍ୟବସାୟୀଙ୍କ ଘରୁ ୧୪ ଲକ୍ଷ ଲୁଟିଲେ ଦୁର୍ବୁତ୍ତ

ଝରିଗାଁ : ଝରିଗାଁ ଥାନା ଭାଲୁକନାଡି ଗାଁରେ ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଲୁଟ୍ ହୋଇଛି। ପ୍ରାୟ ୧୦ ଜଣ ଦୁର୍ବୁତ୍ତ  ବ୍ୟବସାୟୀଙ୍କ ଘର ତାଲା ଭାଙ୍ଗି ପଶିବା ସହ ତାଙ୍କୁ ବାନ୍ଧି ଦେଇଥିଲେ। ମାରଣାସ୍ତ୍ର ଦେଖାଇ ନଗଦ ୧୪ ଲକ୍ଷ ଟଙ୍କା ଓ ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଭାଲୁକାନାଡି ଗାଁରେ ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ବ୍ୟବସାୟୀଙ୍କର ଏକ ତେଜରାତି ଦୋକାନ ଥିବାବେଳେ ପୁଅ,ବୋହୂ ଓ ସ୍ତ୍ରୀ ଉମରକୋଟରେ ରହୁଛନ୍ତି। ଫଳରେ ବ୍ୟବସାୟୀଜଣକ ଭାଲୁକାନାଡି ଗାଁରେ ଏକୁଟିଆ ରହୁଛନ୍ତି। ଏହାର ସୁଯୋଗ ନେଇ ଦୁର୍ବୁତ୍ତମାନେ ଏଭଳି ଚୋରି ଉଦ୍ୟମ କରିଥିବା ଜଣାପଡିଛି।  ସେପଟେ ସୁନାଗହଣା ଲୁଟି ନେବା ପରେ ଦୁର୍ବୁତ୍ତମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories