www.samajalive.in
Monday, December 15, 2025
14.1 C
Bhubaneswar

ପରିସ୍ଥିତିର ବାଧ୍ୟବାଧକତା ; ବଦଳୁଛି ପାକିସ୍ତାନ ସେନାର ଆଭିମୁଖ୍ୟ!

ଇସଲାମାବାଦ : ପାକିସ୍ତାନ କୂଟନୀତିରେ ଏବେ ଅସମ୍ଭବ ସମ୍ଭବ ହେଲା ଭଳି ଦୃଶ୍ୟମାନ ହେଉଛି। ଇମ୍ରାନ ଖାଁଙ୍କ ସରକାର ବାରମ୍ବାର ଭାରତ ସହିତ ଆଲୋଚନା ପାଇଁ ବିଭିନ୍ନ ସ୍ଥାନ-କାଳରେ ପ୍ରସ୍ତାବ ରଖୁଥିବାବେଳେ ଆଶ୍ଚର୍ଯ୍ୟଜନକ ଭାବେ ଦେଶର ସୈନ୍ୟବାହିନୀ ସମାନ ଆଭିମୁଖ୍ୟ ପୋଷଣ କରୁଥିବା ରିପୋର୍ଟ ମିଳିଛି। ଏହି ରିପୋର୍ଟ ଅନୁସାରେ ପରିସ୍ଥିତିର ବାଧ୍ୟବାଧକତାରେ ପାକ୍‍ ସେନା ମନୋଭାବରେ ଏଭଳି ପରିବର୍ତ୍ତନ ଘଟିଛି। ଦେଶର ଆର୍ଥିକ ଦୁରବସ୍ଥା, ଆମେରିକା ପ୍ରଶାସନର ଆର୍ଥିକ ସହାୟତା ବନ୍ଦ, ଚୀନ୍‍ର ଆଭିମୁଖ୍ୟରେ ପରିବର୍ତ୍ତନ ସୂଚନା ଆଦି ପାକ୍‍ ସେନାକୁ ଏଥିପାଇଁ ବାଧ୍ୟ କରିଥିବା ରିପୋର୍ଟରେ ଦର୍ଶାଯାଇଛି।
ସେନା ଦ୍ୱାରା ପରିଚାଳିତ ପାକ୍‍ ସରକାରଙ୍କ ଛଳନାପୂର୍ଣ୍ଣ ଶାନ୍ତି ପ୍ରତିଷ୍ଠା ପ୍ରୟାସ ବାରମ୍ବାର ଭାରତ ପ୍ରତ୍ୟାଖ୍ୟାନ କରିବା ସତ୍ତେ୍ୱ ଦେଶର ବର୍ତ୍ତମାନ ଓ ପୂର୍ବତନ ସେନାଧିକାରୀମାନେ ଏହି ପଡ଼ୋଶୀ ରାଷ୍ଟ୍ର ସହିତ ସମ୍ପର୍କରେ ଉନ୍ନତି ପାଇଁ ମତ ଦେଇଛନ୍ତି। ଚୀନ୍‍ ଉପରେ ଅଧିକ ନିର୍ଭରଶୀଳ ନ ହେବା ପାଇଁ ସେମାନେ ପରାମର୍ଶ ଦେଇଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ବର୍ତ୍ତମାନର ସେନାଧ୍ୟକ୍ଷ ଜେନେରାଲ କାମାର ଜାଭେଦ ବାଜୱା ତାଙ୍କର ପୂର୍ବସୂରୀମାନଙ୍କ ତୁଳନାରେ କିଛିଟା ଭିନ୍ନ। ଅତୀତରେ ଜାତିସଂଘ ଶାନ୍ତିରକ୍ଷା ବାହିନୀରେ ସେ ଭାରତୀୟ ସେନାଧିକାରୀଙ୍କ ଅଧୀନରେ କାର୍ଯ୍ୟ କରିଥିବାରୁ ଭାରତ ପ୍ରତି ତାଙ୍କ ଚିନ୍ତାଧାରାରେ ଭିନ୍ନତା ରହିଛି। କରତାରପୁର କରିଡର ମାମଲାରେ ଏହାର ପ୍ରତିଫଳନ ଲକ୍ଷ୍ୟ କରାଯାଇଛି। ଆଞ୍ଚଳିକ ଶାନ୍ତି ପ୍ରତିଷ୍ଠା ପାଇଁ ଏହା ମହତ୍ତ୍ୱପୂର୍ଣ୍ଣ ବୋଲି ସେ ଦର୍ଶାଇଛନ୍ତି। ଚୀନ୍‍ ପ୍ରାୟୋଜିତ ବେଲ୍ଟ ଏଣ୍ଡ ରୋଡ ପ୍ରକଳ୍ପକୁ ସେ ସମର୍ଥନ କରିଥିଲେ ମଧ୍ୟ ବେଜିଂ ଉପରେ ଅଧିକ ନିର୍ଭରଶୀଳ ନ ହେବା ପାଇଁ ମତ ଦେଉଛନ୍ତି। କିଛି ପାଶ୍ଚାତ୍ୟ କୂଟନୀତିଜ୍ଞଙ୍କ ମତାନୁସାରେ ତାଙ୍କ କାର୍ଯ୍ୟକାଳ ଆଉ ମାତ୍ର ବର୍ଷେ ଥିବାବେଳେ ଏହି ପ୍ରସଙ୍ଗରେ ବାଜୱା ସାମ୍ନାକୁ ଆସିବାକୁ ଚାହୁଁ ନାହାନ୍ତି। ବିଶେଷ କରି ଭାରତ ସହିତ ଶାନ୍ତି ପ୍ରତିଷ୍ଠା ଉଦ୍ୟମରେ ଅଗ୍ରଗତି ନ ହେଲେ ନାହିଁ; ଯୁଦ୍ଧ ନ ହେଉ ବୋଲି ସେ ଚାହୁଁଛନ୍ତି।
ଆମେରିକା ପ୍ରଶାସନ ପାକିସ୍ତାନ ପାଇଁ ୨ବିଲିୟନ ଡଲାର ସହାୟତା ବାତିଲ କରିଥିଲେ ମଧ୍ୟ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଘଟଣାକ୍ରମେ ନିକଟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇମ୍ରାନଙ୍କୁ ଚିଠି ଲେଖି ଆଫଗାନିସ୍ତାନରେ ତାଲିବାନକୁ ଦମନ ପାଇଁ ସହାୟତା ଲୋଡ଼ିଛନ୍ତି। ଏହାକୁ ପାକିସ୍ତାନ ସ୍ୱାଗତ କରିଛି। ଅସଲ କଥା ହେଉଛି, ସୃଷ୍ଟିକାଳରୁ ଦୀର୍ଘ ୭୧ବର୍ଷ ଧରି ଏହା ଭାରତର ପ୍ରାଧାନ୍ୟ ଓ ସାମରିକ ଶକ୍ତି ବିରୋଧରେ ଲଢ଼େଇ କରି ଥକିଯିବା ଭଳି ଅବସ୍ଥାକୁ ଆସିଗଲାଣି। ଦେଶରେ ସେନା ହିଁ ସର୍ବଶକ୍ତିମାନ୍‍ ଏବଂ ଏହା ଭାରତ ସହିତ ଶାନ୍ତି ପ୍ରତିଷ୍ଠାରେ ସବୁବେଳେ ବାଧକ ରହିଆସିଛି। ଭାରତର ମୁକାବିଲା ପାଇଁ ଉଦ୍ୟମ କରି ବାର୍ଷିକ ବଜେଟର ୬୦ପ୍ରତିଶତ ଅର୍ଥ ସାମରିକ ଶକ୍ତି ବୃଦ୍ଧିରେ ବ୍ୟୟ କରୁଛି। ଏହା ଦ୍ୱାରା ପାକିସ୍ତାନ ଅର୍ଥନୀତି ଦେବାଳିଆ ପରିସ୍ଥିତିକୁ ଆସିଗଲାଣି। ଏହା ସତ୍ତେ୍ୱ ଦେଶର ସରକାର ଆତଙ୍କବାଦୀଙ୍କୁ ଘଣ୍ଟଘୋଡ଼ାଇ ଆସିଛନ୍ତି। ସରକାରଙ୍କୁ ଏଭଳି ମନୋଭାବ ପରିବର୍ତ୍ତନ କରିବାକୁ ପଡ଼ିବ। ଥରେ ଯଦି ପାକ୍‍ ସେନା ଖୋଲାଖୋଲି ମତବ୍ୟକ୍ତ କରେ; ତେବେ ଭାରତ ହୁଏତ ଏହାକୁ ହାତଛଡ଼ା କରିବ ନାହିଁ। ଏଥିପାଇଁ ଭାରତରେ ସାଧାରଣ ନିର୍ବାଚନ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି ଏହି ରିପୋର୍ଟର ଦର୍ଶାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories