www.samajalive.in
Sunday, December 7, 2025
23.1 C
Bhubaneswar

ନିଷ୍ଟ ପରିସରରେ ୫ଜି ରୂପାନ୍ତରିକରଣ ୱାୟରଲେସ ନେଟୱାର୍କ କେନ୍ଦ୍ର ଉଦଘାଟିତ

ଗୋପାଳପୁର: ପାଲୁର ହିଲ୍‌ସ୍ଥିତ ନିଷ୍ଟ ବୈଷୟିକ ଶିକ୍ଷାନୁଷ୍ଠାନ ପରିସରରେ ୫ଜି ରୂପାନ୍ତରିକରଣ ୱାୟରଲେସ ନେଟୱର୍କ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ନିଷ୍ଟ ଶିକ୍ଷାନୁଷ୍ଠାନ ଓ ଯୁକ୍ତରାଷ୍ଟ୍ର ଆମେରିକା କାର୍ଲିଫର୍ଣ୍ଣିଆର ସେଲୋନା ପକ୍ଷରୁ ମିଳିତ ଭାବେ ଶିକ୍ଷାନୁଷ୍ଠାନ ପରିସରରେ ୫ଜି ରୁପାନ୍ତରିକରଣ ଅଧିନରେ ନିଜସ୍ୱ ୱାୟରଲେସ ନେଟୱାର୍କ ବ୍ୟବସ୍ଥା କରାଯାଇଛି। ଏହାକୁ ନିଷ୍ଟ ଅନୁଷ୍ଠାନ ପରିସରରେ ଆଇଆଇଟି ଗୋଆର ନିର୍ଦ୍ଦେଶକ ଡା. ବରଦା କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିବା ସହ ବର୍ତ୍ତମାନ ଏହି ଶିକ୍ଷାନୁଷ୍ଠାନ ବହୁତ ଭଲ ଭାବେ ଗଢି ଉଠିଥିବା ସହ ଛାତ୍ରଛାତ୍ରୀଙ୍କୁ ବୈଷୟିକ ଶିକ୍ଷା କ୍ଷେତ୍ରରେ ବେଶ୍ ସହାୟକ ହୋଇପାରିଥିବା କହିଥିଲେ। ଏଥିସହ ବିଭିନ୍ନ ୟୁରୋପୀୟ ଦେଶମାନଙ୍କରେ ଦୁର୍ଘଟଣା ରୋକିବା ଏବଂ ତାହାର ପ୍ରତିକାର କରିବାରେ ୫ଜି ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି କହିଥିଲେ।। ନିଜ ଅଞ୍ଚଳରେ ଏହି ଗ୍ଲୋବାଲ ଇନୋଭେସନ ୫ଜି ଟେକ୍ନୋଲୋଜିର ଉଦଘାଟନୀ ଉତ୍ସବରେ ଯୋଗ ଦେଇ ସେ ବେଶ୍ ଖୁସି ରହିଥିବା ପ୍ରକାଶ କରିଥିଲେ। ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଡା. ସୁକାନ୍ତ କୁମାର ମହାପାତ୍ରଙ୍କ ପ୍ରଚେଷ୍ଟାରେ ଏହି ନୂତନ ସେବା ଶିକ୍ଷାନୁଷ୍ଠାନ ପରିସରରେ ଛାତ୍ରଛାତ୍ରୀ ଓ ପିଏଚଡି ବିଦ୍ୟାର୍ଥୀଙ୍କ ପାଇଁ ହୋଇପାରିଛି। ଏହି ଅବସରରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡା. ପି ରାଜେଶ କୁମାରଙ୍କ ସଭାପତିତ୍ୱରେ କ୍ୟାମ୍ପସ ପରିସରରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା। ସଭାରେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ବରିଷ୍ଠ ବୈଜ୍ଞାନିକ ପ୍ରଫେସର କେ. ଜୟରାମ ଆୟର ଯୋଗଦେଇ ସେ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ହୋଇଥିବା ବେଳେ ସେମାନଙ୍କ ସମୟରେ ଏଠାରେ ଭଲ ଶିକ୍ଷାନୁଷ୍ଠାନ ନଥିଲା ବୋଲି କହିଥିଲେ। ସେହିପରି ବୈଷୟିକ ଶିକ୍ଷା ଲାଭ କରୁଥିବା ବିଦ୍ୟାର୍ଥୀଙ୍କ ଗବେଷଣା ଏବଂ ଶିକ୍ଷା କ୍ଷେତ୍ରରେ ଏହି ୫ଜି ସେବା ବେଶ୍ ପ୍ରଭାବ ପକାଇବ। ପ୍ରତିଦିନ ନୂଆ ନୂଆ ଉଦ୍ଭାବନା କରିବାରେ ସେମାନଙ୍କୁ ସହାୟକ ହେବ ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବେ ରାଜ୍ୟ ସରକାରଙ୍କ ଟେଲି କମ୍ୟୁନିକେସନ ବିଭାଗ ନିର୍ଦ୍ଦେଶକ ସୁବ୍ରତ ପୃଷ୍ଟି, ଆଡିସନାଲ ଡାଇରେକ୍ଟର ଜେନେରାଲ ଜି.ଭି. ରମଣ ରାଓ, ସେଲୋନାର ସଦସ୍ୟ ଗୌରବ ଶାହା ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ନିଷ୍ଟ ପ୍ରତିଷ୍ଠାତା ଡା. ସୁକାନ୍ତ କୁମାର ମହାପାତ୍ରଙ୍କ ସମେତ ସେଲୋନା କମ୍ପାନୀର ଉପ ସଭାପତି ଭାନଲିନ ସତ୍ୟା ରବିନସନ ଓ ସିଷ୍ଟମ ଇଂଜିନିୟର ସଞ୍ଜିତ ପଣ୍ଡିତ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲା।

ସେହିପରି ସେଲୋନା ବର୍ତ୍ତମାନ ନିଜସ୍ୱ ନେଟୱର୍କ ଜରିଆରେ ୫ଜି ସେବା ପ୍ରଦାନ କରୁଛି। ଆଗାମୀ ଦିନମାନଙ୍କରେ ଏହା ଅନ୍ୟ ନେଟୱର୍କ ସହ ମିଶି ୫ଜି ସେବା ପ୍ରଦାନ ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେଲୋନାର ସଦସ୍ୟ ଶାହା କହିଛନ୍ତି। ଆଜିର କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ଡା. ପି ରାଜେଶ କୁମାର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂଯୋଜକ ଡ. ପ୍ରଦ୍ୟୁମ୍ନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଅନୁଷ୍ଠାନର ପ୍ରଶାସନ ମୁଖ୍ୟ ସୟଦ ସୁଲେମାନ ଅଲି, ଉପାଧ୍ୟକ୍ଷ ଡ. ବିଷ୍ଣୁକର ନାୟକ, ଅଧ୍ୟାପକ ଡ. ପ୍ରୀତି ରଞ୍ଜନ ସାହୁ, ସ୍ୱାଧୀନ ମିଶ୍ର, ଆକାଂକ୍ଷା ପଟ୍ଟନାୟକ, ପିତାମ୍ବର ସାହୁଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories