www.samajalive.in
Sunday, December 7, 2025
16.1 C
Bhubaneswar

ମୁକ୍ତିଲାଭ କଲା କୋଶଳୀ ଚଳଚ୍ଚିତ୍ର ‘ଖରା’

ଭବାନୀପାଟଣା: ରାଜ୍ୟ ମାନଚିତ୍ରରେ ସିନା ସହରର ନାଁ ଟିଟିଲାଗଡ଼, ହେଲେ ଭୌଗୋଳିକ ସ୍ଥିତି, ପରିସ୍ଥିତି ଏବଂ ଅବସ୍ଥିତି ଯୋଗୁଁ ଲୋକମୁଖରେ କିନ୍ତୁ ସହରର ନାଁ ତତଲାଗଡ଼। ସେହି ଟିଟିଲାଗଡ଼ ବା ତତଲାଗଡ଼ର ତାତି, ଦାଦନଙ୍କ ଦୁଃଖ ସହିତ ପାଣିର ଅଭାବ, ପଶ୍ଚିମ ଓଡ଼ିଶାର ଜନ ଜୀବନ, ସଂସ୍କୃତିକୁ ନେଇ ନିର୍ମାଣ ହୋଇଛି କୋଶଳୀ ଭାଷାରେ ଚଳଚ୍ଚିତ୍ର ‘ଖରା’। ଏସବୁ ସମସ୍ୟା ଯୋଗୁଁ ଜମିରୁ ମଣିଷ ଯାଏଁ ସଭିଏଁ ତୃଷାର୍ତ୍ତ ହେବା, ମହାଜନୀ କାରବାର, ସର୍ଦ୍ଦାର ଦ୍ଵାରା ଦୁର୍ଦ୍ଦଶା ଆଦି ସ୍ଥାନୀୟ ଅଞ୍ଚଳର ଅଧିବାସୀଙ୍କ ସଂଘର୍ଷର କାହାଣୀକୁ ନେଇ ଗତିଶୀଳ ହୋଇଛି ଚଳଚ୍ଚିତ୍ର ‘ ଖରା’। ପିବି ଫିଲ୍ମ୍‌ସ ଦ୍ଵାରା ପ୍ରସ୍ତୁତ ମାନସୀ ପାଣିଗ୍ରାହୀଙ୍କ ପ୍ରଯୋଜନା ଏବଂ ପଙ୍କଜ ଜାଲଙ୍କ ସହ ପ୍ରଯୋଜନାରେ ମୁକ୍ତିଲାଭ କରିଥିବା କୋଶଳୀ ଚଳଚ୍ଚିତ୍ରଟି ବୁଧବାର ସ୍ଥାନୀୟ ନ୍ୟୁ ଷ୍ଟାର୍ ସିନେପ୍ଲେକ୍ସରେ ମୁକ୍ତିଲାଭ କରିଛି। ଏହି ଅବସରରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଯୁଗଳ ସାହୁ, କଣ୍ଠଶିଳ୍ପୀ ରୁକୁ ସୁନାଙ୍କ ସମେତ ଅନେକ ଅଭିନେତା ଓ ଅଭିନେତ୍ରୀ ଉପସ୍ଥିତ ଥିଲେ। ଚଳଚ୍ଚିତ୍ରରେ କଳାହାଣ୍ଡି ଜିଲାର ପରିଚିତ କଳାକାର ସର୍ବେଶ୍ଵର ଭୋଇ ଅଭିନୟ କରିବା ସହିତ କଣ୍ଠଦାନ କରିଛନ୍ତି। ଅଭିନେତ୍ରୀ ସଭ୍ୟା ଦୀପ ଏବଂ କଳାହାଣ୍ଡିର ଘରେ ଘରେ ଘୁଡକାବାଲା ଭାବେ ପରିଚିତ ଏଲ୍‌. ଈଶ୍ୱର ରାଓ(ଇଲେ) ଏହି ଚଳଚିତ୍ରର କଳା ନିର୍ଦେଶକ ଭାବେ ନିଜ ନିଜ ଦାୟିତ୍ବ ନିଖୁଣ ଭାବେ ତୁଲାଇଛନ୍ତି। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଯୁଗଳ ସାହୁ, କାହାଣୀ ଓ ସଂଗୀତ ନିର୍ଦ୍ଦେଶନା ପଙ୍କଜ ଜାଲ, ଫଟୋଗ୍ରାଫି ନିର୍ଦ୍ଦେଶକ ଗୋପାଳ ପଧାନ, ଚୂଡ଼ାମଣି ଚନ୍ଦନ ସଂଳାପ, ସଂପାଦନା କରିଛନ୍ତି ସୁନୀଲ ମେହେର।

ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଶ୍ରୀକର ମିଶ୍ର, ଗଦାଧର ବାରିକ, ସୁଶୀଳା ନାୟାର, ଅଶୋକ ବେହେରା, ଲଳିତ ପୁଝାରୀ, ସବ୍ୟ ଦୀପ, ସେରିନ୍ଦ୍ରୀ ବାରିକ, ପଦ୍ମଜା ବହିଦାର, ସର୍ବେଶ୍ବର ଭୋଇ, ଏଲୋରା ତନ୍ତୀ, ହମିତ ସାଗର, ଶ୍ରୀକାନ୍ତ ଷଡ଼ଙ୍ଗୀ, ଆଶ୍ମି ମିଶ୍ର, ଶାକମ୍ବରୀ ବାରିକ, ଅଧ୍ୟୟନ ନାରିକ ଅଭିନୟ କରିଛନ୍ତି। ପଙ୍କଜ ଜାଲ, ମାନସୀ ପାଣିଗ୍ରାହୀ, ଦୁଃଖୀଶ୍ୟାମ ତ୍ରିପାଠୀ, ସର୍ବେଶ୍ଵର ଭୋଇ ପ୍ରମୁଖ କଣ୍ଠଦାନ କରିଛନ୍ତି। ଚଳଚ୍ଚିତ୍ରଟିର ମୁକ୍ତିଲାଭ ବେଳେ ଦର୍ଶକଙ୍କ ପ୍ରବଳ ଗହଳି ହୋଇଥିଲା। ପଶ୍ଚିମ ଓଡ଼ିଶାର ବିଷୟବସ୍ତୁକୁ ଚଳଚ୍ଚିତ୍ରରେ ରୂପାନ୍ତର କରାଯାଇଥିବାରୁ ଏହା ଦର୍ଶକଙ୍କ ଦ୍ଵାରା ଆଦୃତ ହେବ ବୋଲି ନିର୍ମାତା ଆଶା ପ୍ରକାଶ କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories