www.samajalive.in
Sunday, December 7, 2025
26.1 C
Bhubaneswar

ସାମ୍ବାଦିକ ପେନସନ ଓ ସୁରକ୍ଷା ଆଇନ ଲାଗୁ ଦାବି

ଫୁଲବାଣୀ: ସାମ୍ବାଦିକ ପେନସନ ଓ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ ଦାବିରେ ଓଡ଼ିଶା ସାମ୍ବାଦିକ ୟୁନିଅନ କନ୍ଧମାଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ମଙ୍ଗଳବାର କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ତାଙ୍କର କାର୍ଯ୍ୟାଳୟରେ କନ୍ଧମାଳ ଜିଲା ସାମ୍ବାଦିକ ୟୁନିଅନ ସଭାପତି ଅଶୋକ କୁମାର ମହାନ୍ତି ଏବଂ ଓଡ଼ିଶା ସାମ୍ବାଦିକ ୟୁନିଅନ ସମ୍ପାଦକ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି।

ଏହି ଅବସରରେ ତାଙ୍କ ସହିତ ସହସମ୍ପାଦକ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସାଂଗଠନିକ ସମ୍ପାଦକ ଭି ଲୋକନାଥ ରାଜୁ, ଆଇନ ପରାମର୍ଶଦାତା ବିରେନ୍ଦ୍ର ସୁବୁଦ୍ଧି, ଶିବପ୍ରସାଦ ବିଶ୍ଵାଳ, ସୁଧୀର କୁମାର ମହାରଣା, ସନ୍ତୋଷ କୁମାର ବେହେରା, ଶିବରାମ ନାୟକ, ଗୋଲକ ବିହାରୀ କହଁର, ହୁରଞ୍ଜନ ସେଠୀଙ୍କ ସମେତ ଅନେକ ସଦସ୍ୟ ଉପସ୍ଥିତ ଥିଲେ। ଦୀର୍ଘ ଦିନ ହେଲା ଓଡ଼ିଶା ସାମ୍ବାଦିକ ୟୁନିଅନ୍ ପକ୍ଷରୁ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସାମାଜିକ ସୁରକ୍ଷା ପାଇଁ ସେମାନଙ୍କୁ ୬୦ ବର୍ଷ ପରେ ପେନ୍‌ସନ୍‌ ପ୍ରଦାନ କରିବା, କାର୍ଯ୍ୟ କ୍ଷେତ୍ରରେ ବିଭିନ୍ନ ସମୟରେ ସେମାନଙ୍କୁ ଆକ୍ରମଣର ଶିକାର ହେବାକୁ ପଡୁଛି, ଏପରିକି ରାଜ୍ୟ ଏବଂ ଦେଶରେ କେତେକ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ହତ୍ୟାର ଶିକାର ହେବାକୁ ପଡୁଛି, ତେଣୁ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ଓ ରାଜ୍ୟରେ ଦୀର୍ଘ ବର୍ଷ ଧରି ସାମ୍ବାଦିକ ସ୍ବୀକୃତି କମିଟି ବସି ନଥିବା ଯୋଗୁଁ ଅନେକ କାର୍ଯ୍ୟରତ ସାମ୍ବାଦିକ ଏହି ସୁବିଧାରୁ ବଞ୍ଚିତ ହେଉଥିବା ନେଇ ରାଜ୍ୟ ସରକାରଙ୍କ ନିକଟରେ ଓୟୁଜେ ପକ୍ଷରୁ ଦାବି ହୋଇ ଆସୁଥିଲା। ଦେଶର କିଛି ରାଜ୍ୟରେ ସାମ୍ବାଦିକ ପେନସନ୍ ପ୍ରଦାନ କରାଯାଉଛି। ତେବେ ଆମ ରାଜ୍ୟରେ ଏହା ଲାଗୁ କରାଯିବା ସହ ତୁରନ୍ତ ଏକ୍ରେଡିସନ କମିଟି ବସାଯିବା ଭଳି ବିଭିନ୍ନ ଦାବୀରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ରାଜ୍ୟର ସମସ୍ତ ଜିଲାରେ ଥିବା ଓୟୁଜେ ଶାଖା ପକ୍ଷରୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories