ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ କାଂଶ ଗାଁର ଭବାନୀ ଶଙ୍କର ରାଉତ(୨୧) ଓ ମନୋରଞ୍ଜନ ମହାପାତ୍ର (୨୨) ଗତକାଲି ଠାରୁ ଘରୁ ପଳାଇ ନିଖୋଜ ହୋଇ ଯାଇଛନ୍ତି । ଆଜି ମିତ୍ରପୁର ବ୍ଲୁ-ଲେକ୍ ବା ନୀଳହ୍ରଦ ପାଶ୍ୱର୍ରେ ଭବାନୀଙ୍କ ବଡ଼ଭାଇ ନାମରେ ଥିବା ବାଇକଟି ଛିଡ଼ା ହୋଇଥିବା ବିଭିନ୍ନ ସ୍ଥାନରେ ରକ୍ତର ଛିଟା ଓ ଜୋତା ପଡ଼ିଥିବା ଦେଖି ସ୍ଥାନୀୟଲୋକେ ପୁଲିସକୁ ଖବର ଦେଇଥିଲେ । ଖବରପାଇ ନୀଳଗିରି ଏସଡିପିଓ ସରୋଜ ଉପାଧ୍ୟାୟ, ଆଇଆଇସି ଗୋପାଳଚନ୍ଦ୍ର କର୍ଣ୍ଣଙ୍କ ସମେତ ନୀଳଗିରି ଅଗ୍ନିଶମ ବିଭାଗ, ବାଲେଶ୍ୱରରୁ ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଅଗ୍ନିଶମ କର୍ମଚାରୀମାନେ ଗଭୀର ଜଳରାଶିରେ ସେମାନଙ୍କୁ ଖୋଜିବାକୁ ଚେଷ୍ଟା କରି ବିଫଳ ହୋଇଥିଲା। ଏହି ଯୁବକଙ୍କୁ କେହି ହତ୍ୟା କରି ଗଭୀର ଜଳ ମଧ୍ୟକୁ ଫିଙ୍ଗି ଦେଇଥିବା ନେଇ ଅଭିଯୋଗ ଆସିବା ପରେ ପୁଲିସ ପକ୍ଷରୁ ଏନେଇ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ପୁଲିସ ପକ୍ଷରୁ ୨/୩ଟି ଦିଗ ଉପରେ ଅଧିକ ତଦନ୍ତ ଜାରି ରହିଛି । ଆସନ୍ତା କାଲି ଜଳ ବୁଡ଼ାଳି ଟିମ୍ ଏଠାକୁ ଆସି ନିଖୋଜ ଯୁବକଙ୍କ ଅନୁସନ୍ଧାନ କରିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।



