ତତ୍ୱ ଟେକ୍ନୋଲୋଜି ପକ୍ଷରୁ ଉତ୍କର୍ଷର ୨୨ ବର୍ଷ ପୂର୍ତି ପାଳନ

ଭୁବନେଶ୍ୱର: ଆଇଟି କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧିଶୀଳ କମ୍ପାନି ‘ତତ୍ୱ ଟେକ୍ନୋଲୋଜିସ୍ ଲିମିଟେଡ୍’ର ୨୨ତମ ପ୍ରତିଷ୍ଠା ଦିବସ ଫେବ୍ରୁଆରି ୪ ତାରିଖରେ ଏହାର ସମସ୍ତ ଡେଲିଭରି ସେଂଟରରେ ପାଳିତ ହୋଇଯାଇଛି । ଏହି ଅବସରରେ ଭୁବନେଶ୍ୱରର ତତ୍ୱର କର୍ପୋରେଟ କ୍ୟାମ୍ପସରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ବିଶ୍ୱର ହଜାର ହଜାର କର୍ମଚାରୀ ଓ ସହଯୋଗୀଙ୍କ ବ୍ୟତୀତ ୭୦୦ରୁ ଅଧିକ ଅତିଥି ଓ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।
ଏହି ଅବସରରେ ତତ୍ୱ ୨.୦ କୁ ଉନ୍ମୋଚନ କରାଯାଇଛି ଯାହା ଆଗାମୀ ଦଶନ୍ଧିରେ କମ୍ପାନିକୁ ଏକ ବିଲିୟନ ଡଲାର ସଂସ୍ଥାରେ ପରିଣତ କରିବା ପାଇଁ ଏକ ରୋଡମ୍ୟାପ୍ । ତତ୍ୱ ଏହାର ଦକ୍ଷତାର ଲାଭ ଉଠାଇବା ପାଇଁ ଯୋଜନା କରିଛି । କ୍ଲାଉଡ୍ କମ୍ପ୍ୟୁଟିଂ, ଆର୍ଟିଫିସିଆଲ ଇଂଟେଲିଜେନ୍ସ ଏବଂ ସାଇବର ସିକ୍ୟୁରିଟି ଭଳି କ୍ଷେତ୍ରରେ ନିଜର ଦକ୍ଷତା ବୃଦ୍ଧି ଉପରେ କଂପାନି ଗୁରୁତ୍ୱ ଦେବ । କମ୍ପାନୀ ଏହାର ଅନ୍ତର୍ଜାତୀୟ ଉପସ୍ଥିତିକୁ ଆହୁରି ବିସ୍ତାର କରିବା ଉପରେ ମଧ୍ୟ ଗୁରୁତ୍ୱ ଦେବ ।
କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଡା. ସୁଜିତ କୁମାର ମୁଖ୍ୟ ଅତିଥି ଏବଂ ମାଇଣ୍ଡଟ୍ରିର ସହ ପ୍ରତିଷ୍ଠାତା ଏନଏସ ପାର୍ଥସାରଥୀ ଏବଂ ନେଟୱାର୍କଗେନ୍ କନସଲଟିଙ୍ଗର ମ୍ୟାନେଜିଂ ପାର୍ଟନର କୌଶିକ ରମାନି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି ଅବସରରେ ରାଜ୍ୟସଭା ସାଂସଦ ଡା. ସୁଜିତ କୁମାର କହିଛନ୍ତିଯେ, “ତତ୍ୱ ଟେେକ୍ନୋଲୋଜିକୁ ଏହାର ୨୨ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଅନେକ ଶୁଭେଚ୍ଛା ଏବଂ ଏହି ଉତ୍ସବରେ ଯୋଗ ଦେଇ ନିଜକୁ ଖୁବ ସମ୍ମାନିତ ମନେ କରୁଛି । ଆଜି ତତ୍ୱ ହେଉଛି ଭାରତର ଦ୍ରୁତ ବିକଶିତ ଆଇଟି କମ୍ପାନୀଗୁଡ଼ିକ ମଧ୍ୟରୁ ଅନ୍ୟତମ । ଉଦ୍ୟୋଗୀମାନେ ଦେଶ ପାଇଁ ସମ୍ପତି ସୃଷ୍ଟି କରିଥାନ୍ତି । ଏହାକୁ ହାସଲ କରିବା ପାଇଁ ତତ୍ୱ ନିଜର ସ୍ପଷ୍ଟ ଦୃଷ୍ଟିକୋଣ ଏବଂ ପ୍ରୟାସ ବଳରେ ପୂର୍ବ ଭାରତର ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଆଇଟି କମ୍ପାନୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି । ଏହାର ସମସ୍ତ କର୍ମଚାରୀଙ୍କୁ ମୋର ପ୍ରଣାମ । ତତ୍ୱ କେବଳ ନିଜ କମ୍ପାନୀକୁ ନୁହେଁ ବରଂ ସମଗ୍ର ଓଡ଼ିଶାକୁ ଗର୍ବିତ କରିଛି ।”
ଏନ ଏସ ପାର୍ଥସାରଥୀ, ସହ-ପ୍ରତିଷ୍ଠାତା, ମାଇଣ୍ଡଟ୍ରି । ମ୍ୟାନେଜିଂ ପାର୍ଟନର, ମେଳା ଉଦ୍ୟୋଗ କହିଛନ୍ତିଯେ, “ପ୍ରଥମ ୩ ବର୍ଷରେ ଆରମ୍ଭ ହୋଇଥିବା ୪୦ ପ୍ରତିଶତ କଂପାନି ବନ୍ଦ ହୋଇଯାଇଥିବା ବେଳେ ୮୦ ପ୍ରତିଶତ କମ୍ପାନି ୨୦ ବର୍ଷ ମଧ୍ୟରେ ଫେଲ୍ ହୋଇଯାଇଛନ୍ତି । ତେଣୁ ତତ୍ୱ ଏହାର ୨୨ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବାବେଳେ ଏହା କୌଣସି କମ୍ପାନିର ଏକ ଅଭୂତପୂର୍ବ ଉପଲବ୍ଧି । ଅନୁଷ୍ଠାନ ନିର୍ମାଣରେ ନିବେଶ କରୁଥିବା ଦେଶଗୁଡ଼ିକ ଅର୍ଥନୈତିକ, ସାଂସ୍କୃତିକ ଏବଂ ସାମାଜିକ ଦୃଷ୍ଟିରୁ ସମୃଦ୍ଧ ହୁଅନ୍ତି ।”

ଏହି ଅବସରରେ ତତ୍ୱ ଟେକ୍ନୋଲୋଜି ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଆୟାସକାନ୍ତ ମହାନ୍ତି ଗ୍ରାହକଙ୍କ ସଫଳତା ପାଇଁ ପ୍ରଯୁକ୍ତିବିଦ୍ୟାକୁ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିବା ସହ କୌଣସି ସଫଳ ଅନୁଷ୍ଠାନର ମୂଳଦୁଆ ବିଶ୍ୱାସ ଉପରେ ଆଲୋକପାତ କରିଥିଲେ । ଶ୍ରୀ ମହାନ୍ତି କହିଛନ୍ତି ଯେ, ଯେତେବେଳେ କର୍ମଚାରୀମାନେ ନିଜ ଲିଡର ଓ ସହକର୍ମୀଙ୍କ ଉପରେ ବିଶ୍ୱାସ କରନ୍ତି, ସେମାନେ ନିୟୋଜିତ, ଉତ୍ପାଦନଶୀଳ ଏବଂ ଅଭିନବ ହେବାର ସମ୍ଭାବନା ଅଧିକ ହୋଇଥାଏ ।
ସହ ପ୍ରତିଷ୍ଠାତା ତଥା ସିଇଓ ତପେନ୍ଦ୍ର ସେନାପତି କହିଛନ୍ତି ଯେ ନବସୃଜନ ତତ୍ୱର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଏକ ଶୃଙ୍ଖଳିତ ପ୍ରକ୍ରିୟା ଅଛି ଯାହା ଅଭିନବତାକୁ ପ୍ରୋତ୍ସାହିତ କରୁଛି ଏବଂ ସମ୍ବଳକୁ ସର୍ବଦା ନୂତନ ଚିନ୍ତାଧାରା ଏବଂ ଧାରଣା ଆଣିବା ପାଇଁ ଉତ୍ସାହିତ କରାଯାଉଛି । ବାସ୍ତବରେ ୨୨ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ତତ୍ୱ ଏବେ ଡିଜିଟାଲ୍ ଟେକ୍ନୋଲୋଜିର ଭବିଷ୍ୟତରେ ପାଦ ଥାପିବାକୁ ଯାଉଛି ।
ଏହି ଅବସରରେ କମ୍ପାନିର ନିର୍ଦ୍ଦେଶକ (ଟେକ୍ନୋଲୋଜି) ସ୍ମୃତି ନାୟକ, ନିର୍ଦ୍ଦେଶକ (ଅପରେସନ୍ସ) ଡେଭିଡ ସାହୁ, ଉପସଭାପତି (ଏଚଆର ଏଲ ଆଣ୍ଡ ଡି) ବିକ୍ରମ ଦାଶ ଉପସ୍ଥିତ ଥିଲେ ।
୨୦୦୨ ମସିହାରୁ ଲୋକମାନଙ୍କୁ ବୈଷୟିକ ଜ୍ଞାନକୌଶଳ ର ନିକଟତର କରିବାରେ ତତ୍ୱର ନିରବଚ୍ଛିନ୍ନ ପ୍ରୟାସ ଏକ ୩ ଜଣିଆ ଦଳକୁ ୩୦୦୦ରୁ ଅଧିକ ଡିଜିଟାଲ ଦକ୍ଷ ପେସାଦାରଙ୍କ ଏକ ଦୃଢ଼ ଶକ୍ତିରେ ପରିଣତ କରିଛି । ଭାରତୀୟ ବଜାର (ଭୁବନେଶ୍ୱର, କୋଲକାତା, ଗୌହାଟୀ, ହାଇଦ୍ରାବାଦ, ଥାନେ ଏବଂ ନୋଏଡାରେ କାର୍ଯ୍ୟକ୍ଷମ କେନ୍ଦ୍ର) ରେ ଏକ ଦୃଢ଼ ପାଦ ଥାପିଥିବା ତତ୍ୱ ଆମେରିକା, ୟୁଏଇ, ଦକ୍ଷିଣ ପୂର୍ବ ଏସିଆ ଏବଂ ଆଫ୍ରିକାର ବଜାରକୁ ପୂରଣ କରିବା ପାଇଁ ବିଦେଶରେ ମଧ୍ୟ ନିଜକୁ ବିସ୍ତାର କରିଛି ।

Comments are closed.