www.samajalive.in
Sunday, December 14, 2025
15.1 C
Bhubaneswar

ଦୁଇ ହାର୍ଡକୋର ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ବୌଦ୍ଧ: ଦୁଇ ଜଣ ହାର୍ଡକୋର ମହିଳା ମାଓବାଦୀ ପୋଲିସ ସାଉଥ ରେଞ୍ଜ ଆଇଜିପି ଜୟନାରାୟଣ ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।  ବୌଦ୍ଧ ଜିଲା ପୋଲିସ ମୁଖ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆତ୍ମସମର୍ପଣ କରିଥିବା ଦୁଇ ମହିଳା ହାର୍ଡକୋର ମାଓବାଦୀଙ୍କୁ ସ୍ୱାଗତ କରିବା ସହ ସରକାରଙ୍କ ସମସ୍ତ ସୁବିଧା ଯୋଗାଇଦେବା ପାଇଁ ପ୍ରତିଶୃତି ଦେଇଥିଲେ।  ଦୁଇ ମହିଳା ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ ସମୟରେ ଏସପି ରାଜ ପ୍ରସାଦଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ତେବେ ଆତ୍ମସର୍ମପଣ କରିଥିବା ଦୁଇ  ହାର୍ଡକୋର ମାଓବାଦୀ ହେଲେ ମନୀଷା ଥାଟି ଏବଂ ଚମ୍ପା କୋରାମ । ଦୁହେଁ ଛତିଶଗଡର ହୋଇଥିବାବେଳେ କେକେବିଏନ୍ ଡିଭିଜନରେ ଯୋଗ ଦେଇଥିଲେ।  ସେମାନେ ୨୦୧୮ ମସିହାଠାରୁ ସିପିଆଇ (ମାଓବାଦୀ) ସଂଗଠନରେ କାର୍ଯ୍ୟ କରୁଥିଲେ।  ଉଭୟ ଛତିଶଗଡ ଏବଂ ଓଡିଶାରେ ଅନେକ ହିଂସା ଘଟଣାରେ ଜଡିତ ଥିଲେ। ମାଓବାଦୀ ସଂଗଠନରେ ମହିଳା କ୍ୟାଡରକୁ ଯୌନ ଉତ୍ପୀଡ଼ନ, ମିଥ୍ୟା ପ୍ରତିଶ୍ରୁତି , ସାନମାନଙ୍କୁ ଭୟଭୀତ କରାଇବା ତଥା ପାଣ୍ଠି ଯୋଗାଇବା ଭଳି ଅନୈତିକ କାର୍ଯ୍ୟକଳାପ କରୁଥିବା ଯୋଗୁଁ ସେମାନେ ବିବ୍ରତ ଓ ନିରାଶ ହୋଇଥିଲେ। ଶେଷରେ ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନଃ ଥଇଥାନ ଯୋଜନାରେ ଆକର୍ଷିତ ହେବା ସହ ସାଧାରଣ ଜୀବନଯାପନ କରିବାକୁ ମନସ୍ଥ କରି ସେମାନେ ଆତ୍ମସମର୍ପଣ କରିଥିବା କହିଛନ୍ତି। ଅନ୍ୟପକ୍ଷରେ ଏବେ ବି ଯେଉଁମାନେ ମାଓବାଦୀ ସଂଗଠନରେ କାର୍ଯ୍ୟ କରୁଛନ୍ତି , ସେମାନେ ଆତ୍ମସମର୍ପଣ କରି ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନଃ ଥଇଥାନ ଯୋଜନାର ସୁଯୋଗ ନେବାକୁ ସାଉଥ ରେଞ୍ଜ ଆଇଜିପି  ଓ ଏସ୍‌ପି ପରାମର୍ଶ ଦେଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories