www.samajalive.in
Sunday, December 7, 2025
15.1 C
Bhubaneswar

୪୧ ବିଭାଗରେ ଖାଲି ପଡିଛି ୯୮ହଜାର ପଦବୀ; ସ୍ୱାସ୍ଥ୍ୟ ବିଭାଗରେ ୨୬ହଜାର, ଗଣଶିକ୍ଷା ବିଭାଗରେ ୨୧ହଜାର

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ବିଭାଗରେ ୯୮ହଜାର ୩୪୮ଟି ପଦବୀ ଖାଲି ପଡିଛି। ମଙ୍ଗଳବାର ବିଧାନସଭାର ପ୍ରଶ୍ନୋତ୍ତର ବେଳେ ଏହି ତଥ୍ୟା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ ରାଜ୍ୟ ସରକାରଙ୍କ ୪୧ଟି ବିଭାଗରେ ମୋଟ ୯୮ହଜାର ୩୪୮ଟି ପଦବୀ ଖାଲି ପଡିଛି। ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଗୃହରେ ପ୍ରଶ୍ନ କରିଥିଲେ ଯେ ପଦବୀ ଖାଲି ଥାଇ ମଧ୍ୟ କାହିଁକି ପୂରଣ କରୁନାହାଁନ୍ତି ରାଜ୍ୟ ସରକାର। ଜାନୁଆରୀ ୩୧ ସୁଦ୍ଧା ରାଜ୍ୟ ସରକାରଙ୍କ କେଉଁ ବିଭାଗରେ କେତେ ସଂଖ୍ୟକ କର୍ମଚାରୀ ପଦବୀ ଖାଲି ଅଛି ତାହା ଜାଣିବାକୁ ଚାହିଁଥିଲେ ବିଧାୟକ ମୁକେଶ ମହାଲିଙ୍ଗ। ବେରୋଜଗାରୀ ସଂଖ୍ୟା ହ୍ରାସ କରିବା ପାଇଁ ଓ ସରକାରୀ ଚାକିରି ଆଶାୟୀ ଯୁବକ ଓ ଯୁବତୀଙ୍କ ବୟସ ସୀମାକୁ ୪୨ ବର୍ଷ କରିବା ଦାବିକୁ ପୂରଣ ପାଇଁ ସରକାର କୁଣ୍ଠିତ କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ ।

ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ କହିଛନ୍ତି ଯେ ସରକାରୀ ଚାକିରିରେ ଆବେଦନ ପାଇଁ ସର୍ବୋଚ୍ଚ ବୟସ ସୀମାକୁ ୪୨ ବର୍ଷକୁ ବୃଦ୍ଧି କରାଯିବା ନେଇ କୌଣସି ପ୍ରସ୍ତାବ ଆସିନାହଁ । ନିକଟରେ ସରକାର ଏହି ବୟସ ସୀମାକୁ କେବଳ ୩୨ ବର୍ଷରୁ ୩୮ ବର୍ଷକୁ ବୃଦ୍ଧି କରିଛନ୍ତି ।

- Advertisement -

ସରକାରୀ ପଦବୀ ଖାଲି ପଡିଥିବା ନେଇ ମନ୍ତ୍ରୀ ଗୃହରେ ବିସ୍ତୃତ ତଥ୍ୟ ଦେଇଛନ୍ତି । ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଖାଲି ପଡିଛି ସର୍ବାଧିକ ପଦବୀ । ସ୍ୱାସ୍ଥ୍ୟ ବିଭାଗର ୨୬ ହଜାର ୮୧୫ଟି ପଦବୀ ଖାଲି ପଡିଥିବା ନେଇ ମନ୍ତ୍ରୀ ତଥ୍ୟ ଦେଇଛନ୍ତି । ଏହାବାଦ୍ ସ୍କୁଲ ଓ ଗଣଶିକ୍ଷା ବିଭାଗରେ ୨୧ ହଜାର ୮୪୪ ପଦବୀ । ଗୃହ ବିଭାଗରେ ୭,୩୧୫ ପଦବୀ ଖାଲି ପଡିଛି । ସେହିପରି ରାଜସ୍ୱ ଓ ବିପର୍ୟ୍ୟୟ ପ୍ରଶମନ ବିଭାଗରେ ୫୮୯୨ ପଦବୀ, ଉଚ୍ଚଶିକ୍ଷା ବିଭାଗରେ ୩,୭୭୭ ପଦବୀ ଏବଂ କୃଷି ବିଭାଗରେ ୨,୮୨୧ ପଦବୀ ଖାଲି ପଡିଛି ।

 

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories