www.samajalive.in
Saturday, December 6, 2025
19.1 C
Bhubaneswar

ମହିଳା ପାଇଲଟଙ୍କ ସଂଖ୍ୟା ବୃଦ୍ଧି, ୨୦୨୩ରେ ମିଳିଲା ୨୨ ପ୍ରତିଶତ ଅଧିକ ଲାଇସେନ୍ସ

ନୂଆଦିଲ୍ଲୀ :୨୦୨୩ ମସିହାରେ ଜାରି ହୋଇଥିବା ବାଣିଜ୍ୟିକ ପାଇଲଟ୍‌ ଲାଇସେନ୍ସର ସମୁଦାୟ ସଂଖ୍ୟା ୧୬୨୨ । ଏଥିରୁ ୨୯୪ ମହିଳା ସାମିଲ ଥିବାନେଇ ସୂଚନା ଦେଇଛି ବିିମାନ ଚଳାଚଳ ମନ୍ତ୍ରାଳୟ । ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ମନ୍ତ୍ରୀ ଭି କେ ସିଂହ କହିଛନ୍ତି କି ୨୦୨୨ର ୨୪୦ ତୁଳନାରେ ୨୦୨୩ରେ ମହିଳାଙ୍କୁ ଜାରି ହୋଇଥିବା ଲାଇସେନ୍ସ ସଂଖ୍ୟା ୨୯୪ । ଏଥିରେ ୨୨ ପ୍ରତିଶଥ ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି ।

ମନ୍ତ୍ରୀ କହିଛନ୍ତି କି ବିଭିନ୍ନ ଭାରତୀୟ ଅପରେଟରଙ୍କ ସହ କାର୍ଯ୍ୟରତ ମହିଳା ପାଇଲଟଙ୍କ ସମୁଦାୟ ସଂଖ୍ୟା ଉଡାଣ ଚାଳକ ଦଳ ସଂଖ୍ୟାର ପ୍ରାୟ ୧୪ ପ୍ରତିଶତ । ସେ କହିଛନ୍ତି କି ସିଭିଲ ଏଭିଏସନ ମିନିଷ୍ଟ୍ରି ଏବଂ ଏଥି ସହିତ ଜଡିତ ସଙ୍ଗଠନ ଦେଶରେ ମହିଳା ଏବଂ ପୁରୁଷ ପାଇଲଟଙ୍କ ସଂଖ୍‌ୟା ବଢାଇବା ପାଇଁ ପଦକ୍ଷେପ ଉଠାଇଛନ୍ତି । ମହିଳା ପାଇଲଟଙ୍କ ସଂଖ୍ୟା ବୃଦ୍ଧି ପାଇଁ ପ୍ରୋତ୍ସାହିତ କରାଯାଉଛି । ଏଥିପାଇଁ ସ୍କୁଲ ଛାତ୍ରୀ, ଖାସ୍‌ କରି କମ୍‌ ଆୟ ବିଶିଷ୍ଟ ପରିବାର ଉପରେ ବିଶେଷ ଧ୍ୟାନ ଦିଆଯାଉଛି ।

- Advertisement -

କୁହୁଡି କାରଣରୁ ବିମାନ ବିଳମ୍ବକୁ ନେଇ ଭି କେ ସିଂହ କହିଛନ୍ତି କି ଉଡାଣ ରଦ୍ଦ ହେବାର କାରଣ ଘନ କୁହୁଡି । ଖାସ୍‌ କରି ଡିସେମ୍ବର ଏବଂ ଜାନୁୂୟାରୀ ସମୟରେ ଉତ୍ତର ଭାରତ ସ୍ଥିତ ବିମାନବନ୍ଦରରେ ଘନ କୁହୁଡି ଯୋଗୁଁ ଅନେକ ବିମାନ ରଦ୍ଦ ହୋଇଛି । ଅନେକ ବିମାନବନ୍ଦରରେ ଦୃଶ୍ୟମାନ ସୂଚକାଙ୍କ ହ୍ରାସ ପାଇଁ ଶୂନ୍ୟ ମିଟର ହୋଇଯାଇଛି ଯାହା ଫଳରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories