www.samajalive.in
Sunday, December 7, 2025
13.1 C
Bhubaneswar

ଦୁନିଆର ସବୁଠାରୁ ଦାମୀ ହୋଟେଲ ରୁମ୍‍, ଗୋଟିଏ ରାତି ପାଇଁ ଦେବାକୁ ପଡିବ ଏତେ ଟଙ୍କା

ସମାଜ ଡିଜିଟାଲ ଡେସ୍କ: ଯେତେବେଳେ ବି ଆମେ କେଉଁ ଦୂର ସ୍ଥାନକୁ ବୁଲିବାକୁ ଯାଉ, ଆମେ ପ୍ରୟାସ କରୁ ଯେ ଯେଉଁ ସ୍ଥାନକୁ ଯାଉଛୁ ସେଠାରେ ରହିବା ପାଇଁ ଆରାମଦାୟକ ହୋଟେଲ ମିଳୁ। ଏଥିପାଇଁ ଆମେ ଇଣ୍ଟରନେଟରେ ଅନେକ ହୋଟେଲ ବିଷୟରେ ଯାଞ୍ଚ କରିଥାଉ। ଆରାମଦାୟକ ହୋଟେଲ ସହିତ, ଭଲ ଖାଇବାକୁ ମିଳୁଥିବ ଏବଂ ସ୍ଥାନଟି ଖୁବ ସୁନ୍ଦର ହୋଇଥିବ ଆବଶ୍ୟକ। ଏସବୁ ଖୋଜିବା ଭିତରେ ଆମେ କିଛି ଏଭଳି ବିଳାସପୂର୍ଣ୍ଣ ହୋଟେଲର ସୁବିଧା ବିଷୟରେ ଜାଣିବାକୁ ପାଇଥାଉ ଯାହାକୁ ଦେଖିବାପରେ ଆଶ୍ଚର୍ଯ୍ୟ ଲାଗିଥାଏ। ଏଠାରେ ଆପଣଙ୍କୁ ଦୁନିଆର ସବୁଠାରୁ ଦାମୀ ହୋଟେଲ ରୁମ୍‍ ବିଷୟରେ କହିବାକୁ ଯାଉଛୁ, ଯାହାର ଗୋଟିଏ ରାତ୍ରି ଭଡା ଶୁଣିବା ପରେ ଆପଣଙ୍କ ହୋସ୍‍ ଉଡିଯିବ। ଏହି ରୁମର ଦାମ ଏତେ ଅଧିକ ଯେ ସେତିକି ଟଙ୍କାରେ ଆପଣ ରାଜଧାନୀ ଦିଲ୍ଲୀରେ ୩ବିଏଚ୍‍କେର ଫ୍ଲାଟ କିଣିପାରିବେ। ଆସନ୍ତୁ ଜାଣିବା ଏହି ହୋଟେଲର ରୁମ୍‍ ବିଷୟରେ।

ଏହି ହୋଟେଲ ହେଉଛି ‘ଆଟଲାଣ୍ଟିସ୍‍ ଦି ରୟାଲ୍‍’। ଦୁବାଇରେ ଥିବା ଅନେକ ଦାମୀ ହୋଟେଲ ମଧ୍ୟରେ ଏହା ଅନ୍ୟତମ। ହୋଟେଲରେ ସୁଇମିଂ ପୁଲ୍‍, ବେଡରୁମ୍‍, ଅଫିସ, ଲାଇବ୍ରେରୀ, କନଫରେନ୍ସ ରୁମ୍‍ ଭଳି ଅନେକ ସୁବିଧା ରହିଛି। ‘ଆଟଲାଣ୍ଟିସ୍‍ ଦି ରୟାଲ୍‍ ହୋଟେଲରେ ଥିବା ପେଣ୍ଟହାଉସର ନାମ ‘ଦି ରୟାଲ ମାନସିନ୍‍’। ସୁନା ଏବଂ ଦଳା ରଙ୍ଗର ଥିମରେ ନିର୍ମାଣ ହୋଇଥିବା ଏହି ହୋଟେଲର ସୌନ୍ଦର୍ଯ୍ୟ ଆପଣଙ୍କୁ ବିମୁଗ୍ଧ କରିଦେବ। ହୋଟେଲ ପରିଚାଳନା ନିର୍ଦ୍ଦେଶକ ଟିମୋଥୀ କେଲି ଏକ ସାକ୍ଷାତକାରରେ କହିଛନ୍ତି ସେ ଏଭଳି ଏକ ବିଳାପୂର୍ଣ୍ଣ ହୋଟେଲ ନିର୍ମାଣ କରିବାକୁ ଚାହୁଁଥିଲେ ଯାହା ବହୁ ବଡ, ଦାମୀ ଏବଂ ଅତି ସୌନ୍ଦର୍ଯ୍ୟ ହୋଇଥିବ।

- Advertisement -

ହୋଟେଲରେ ୪ଟି ଲେଖାଏ ବେଡ ରୁମ୍‍ ସହିତ ୪ଟି ବାଥରୁମ ଅଛି, ଯାହାକୁ ଦେଖିବା ପରେ ଆପଣଙ୍କ ଆଖି ଲାଖିଯିବ। ଧଳା ମାର୍ବଲରେ ନିର୍ମିତ ହୋଇଥିବା ଏହି ସୁନ୍ଦର ହୋଟେଲରେ ଘର ଭିତରେ ଏବଂ ବାହାରେ ସୁନ୍ଦର ରୋଷେଇ ଘର, ଘରୋଇ ବାର, ଗେମ୍‍ ରୁମ୍‍ ଏବଂ ଫିଲ୍ମ ପ୍ରେକ୍ଷାଳୟ ରହିଛି। ସବୁଠାରୁ ଅଧିକ ସୁନ୍ଦର ରୁମ୍‍ ହୋଟେଲର ଟପ୍‍ ଫ୍ଲୋରରେ ଥିବା କୁହାଯାଏ। ୧୮ନଂ ଓ ୧୯ନଂ ମହଲାରେ ଆପଣ ଦୁବାଇର ବୁର୍ଜ ଖଲିଫା ଏବଂ ଆରବିଆନ୍‍ ଗଲ୍ଫ ଭଳି ସୁନ୍ଦର ଦୃଶ୍ୟ ଦେଖିପାରିବେ।

ଏବେ ଆପଣ ନିଶ୍ଚିତ ଭାବୁଥିବେ ଯେ ଏହି ହୋଟେଲରେ ଗୋଟିଏ ରାତି ରହିବେ କେତେ ଟଙ୍କା ଦେବାକୁ ପଡିବ। ଏଠାରେ ଗୋଟିଏ ରାତ୍ରି ଭଡା ହେଉଛି ୧୦୦୦୦୦ ଡଲାର ଅର୍ଥାତ ଭାରତୀୟ ଅର୍ଥରାଶି ଅନୁସାରେ ପ୍ରାୟ ୮୩ଲକ୍ଷ ଟଙ୍କା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories