www.samajalive.in
Friday, December 12, 2025
16.1 C
Bhubaneswar

ଘରୋଇ ଉପାୟରେ ଦୂର କରନ୍ତୁ ଚେହେରାରୁ ଅନାବଶ୍ୟକ କେଶ

ଶରୀରରେ ହରମୋନ୍ ମାତ୍ରା ଅଧିକ ଥିଲେ ମହିଳା ବା ଯୁବତୀମାନଙ୍କ ଚେହେରାରେ ଅନାବଶ୍ୟକ କେଶ (ଅନୱାଣ୍ଟଡେ ହେୟାର) ଦେଖାଯାଏ । ଏଥିରୁ ମୁକ୍ତି ପାଇବା ପାଇଁ ଯୁବତୀମାନେ ବହୁତ ଗୁଡିଏ କସମେଟିକ ବ୍ୟବହାର କରନ୍ତି । ଯାହା ପରବର୍ତ୍ତି ମୁହୂର୍ତ୍ତରେ ଚେହେରା ପାଇଁ କ୍ଷତିକାରକ ହୋଇଥାଏ । ତେଣୁ ଚେହେରାରୁ ଅନାବଶ୍ୟକ କେଶ ହଟାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର …..

ଏଥିପାଇଁ ଏକ ପାତ୍ରରେ ଏକ ଚାମଚ ବେସନ ନିଅନ୍ତୁ, ସେଥିରେ ୧/୨ ଚାମଚ ହଳଦୀ ପାଉଡର, ୧/୨ ଚାମଚ ମହୁ, ୧ରୁ ୨ଚାମଚ କ୍ଷୀର ମିଶାଇ ଭଲ ଭାବରେ ଗୋଳାନ୍ତୁ । ଚେହେରାକୁ ଭଲ ଭାବରେ ଧୋଇ ଏହି ମିଶ୍ରଣକୁ ଲଗାନ୍ତୁ। ଏହାକୁ ଶୁଖିବା ପାଇଁ ୧୦ ମିନିଟ୍ ଛାଡି ଦିଅନ୍ତୁ । ୧୦ ମିନିଟ୍ ପରେ ତ୍ବଚାରେ ଥିବା କେଶର ବିପରୀତ ପଟରୁ ପାପୁଲିରେ ହାଲକା ଭାବରେ ଘଷନ୍ତୁ । ପରେ ଭଲ ଭାବରେ ଧୋଇ ହୋଇ ପଡନ୍ତୁ । ଏହି ଟିପ୍ସକୁ ସପ୍ତାହକୁ ୩ ଥର ନିୟମିତ ଭାବରେ କରିବା ଦ୍ବାରା ସବୁଦିନ ପାଇଁ ଚେହେରାରୁ ଅନାବଶ୍ୟକ କେଶ ହଟିଯିବ ।

- Advertisement -

ଅନ୍ୟ ଏକ ଉପାୟରେ ମଧ୍ୟ ଆପଣ ଚେହେରାରୁ ଅନାବଶ୍ୟକ କେଶ ହଟାଇ ପାରିବେ । ଏଥିପାଇଁ ଏକ ଚାମଚ ଚିନି ନେଇ ତାହାକୁ ଅଳ୍ପ ଗୁଣ୍ଡ କରନ୍ତୁ ଯେପରି ଚିନି ଦର୍ ଦର ଖଣ୍ଡ ରହିବ । ପରେ ଏହାକୁ ଏକ ପାତ୍ରରେ ନେଇ ସେଥିରେ ଅଧା ଚାମଚ କୋଲଗେଟ୍ ଏବଂ ଲେମ୍ବୁ ରସ ମିଶାଇ ଗୋଳାଇ ଦିଅନ୍ତୁ । ଏବେ ଏହି ମିଶ୍ରଣକୁ ଅନାବଶ୍ୟକ କେଶର ବିପରୀତ ପଟରୁ ସ୍କ୍ରବ୍ କରନ୍ତୁ । ଏହି ଉପାୟ ୩ରୁ ୪ ଥର କରିବା ପରେ ଦେଖିବେ ଅନାବଶ୍ୟକ କେଶ ହଟିଯିବ ଏବଂ ତ୍ବଚା ଆକର୍ଷଣୀୟ ଲାଗିବ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories