www.samajalive.in
Sunday, December 7, 2025
26.1 C
Bhubaneswar

ବ୍ରାଡ୍‌ମ୍ୟାନ, ବିରାଟଙ୍କୁ ଟପିଲେ ୱିଲିୟମ୍‌ସନ

ମାଉଣ୍ଟ ମୌଙ୍ଗନୁଇ: ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ ଟେଷ୍ଟ କ୍ରିକେଟରେ ଶତକ ହାସଲ କରିବା​ରେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ସାର୍‌ ଡନ୍‌ ବ୍ରାଡ୍‌ମ୍ୟାନ ଓ ଭାରତର ତାରକା ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି। ରବିବାର ଆରମ୍ଭ ହୋଇଥିବା ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ୱିଲିୟମସନ ଶତକ ହାସଲ କରିବା ସହ ଏହି ଉପଲବ୍ଧି ହାସଲ କରିଛନ୍ତି। ୱିଲିୟମସନ ୧୧୨ ରନ କରି ଅପରାଜିତ ରହିଛନ୍ତି। ଟେଷ୍ଟ କ୍ରିକେଟରେ ୱିଲିୟମସନଙ୍କ ଏହା ୩୦ତମ ଶତକ। ବ୍ରାଡ୍‌ମ୍ୟାନ ଓ ବିରାଟ କୋହଲି ୨୯ଟି ଲେଖାଏଁ ଶତକ ହାସଲ କରିଛନ୍ତି।

ଅନ୍ୟପକ୍ଷରେ ୱିଲିୟମସନ ଉକ୍ତ ଶତକ ସହ ଇଂଲଣ୍ଡର ଜୋ ରୁଟ୍‌ଙ୍କ ୩୦ ଶତକ ସହ ସମକକ୍ଷ ହୋଇଛନ୍ତି। ଉକ୍ତ ଟେଷ୍ଟରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୨ ୱିକେଟ୍‌ରେ ୨୫୮ରନ କରିଛି। ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ନ୍ୟୁଜିଲାଣ୍ଡ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହିତ ୩୯ରନରେ ୨ଟି ୱିକେଟ ହରାଇଥିଲା। ଟମ୍‌ ଲଥାମ ୨୦ ଓ ଡେଭନ କନ୍‌ୱେ ୧ ରନ କରି ଆଉଟ୍‌ ହୋଇଥିଲେ। ୩ୟ ୱିକେଟରେ କେନ୍‌ ୱିଲିୟମସନ ଓ ରଚିନ ରବୀନ୍ଦ୍ର ସ୍ଥିତି ସମ୍ଭାଳିଥିଲେ। ଉଭୟେ ଅବିଭାଜିତ ୨୧୯ ରନ ଭାଗିଦାରୀ କରିଛନ୍ତି। ପ୍ରଥମ ଦିନ ଶେଷରେ ୱିଲିୟମସନ ୨୫୯ଟି ବଲରୁ ୧୫ଟି ଚୌକା ସହ ୧୧୨ ଓ ରଚିନ ରବୀନ୍ଦ୍ର ୨୧୧ଟି ବଲରୁ ୧୩ଟି ଚୌକା ଓ ଗୋଟିଏ ଛକା ସହ ୧୧୮ରନ କରି ଅପରାଜିତ ରହିଛନ୍ତି। ଦକ୍ଷିଣ ଆଫ୍ରିକାର ଟିସୋପୋ ମୋର୍କି ଓ ଡେନ୍‌ ପିଟରସନ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories