ଅନୁଗୁଳ : ଆଠମଲ୍ଲିକର ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ପରଲୋକ ଘଟିଛି। ତାଙ୍କ ମୃତଦେହ କଇଁଫୁଲିଆ ରେଳଲାଇନ କଡରୁ ଉଦ୍ଧାର ହୋଇଛି। ସେ ବଇଣ୍ଡା ଯିବେ ବୋଲି କହିଯାଇଥିଲେ। ତେବେ ଟ୍ରେନରୁ ଖସି ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତେବେ କେଉଁ ପରିସ୍ଥିତିରେ ପୂର୍ବତନ ବିଧାୟକଙ୍କ ମୃତ୍ୟୁ ଘଟିଲା ତାହା ତଦନ୍ତ କରିବା ପାଇଁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।
ସେ ୧୯୭୧ ମସିହାରେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ବିଧାୟକ ହୋଇଥିଲେ।



