www.samajalive.in
Saturday, December 6, 2025
16.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଯିବାବେଳେ ପିହୁର ମାଆଙ୍କୁ ଉଠାଇନେଲା ପୁଲିସ

ଢେଙ୍କାନାଳ: ନିଖୋଜ ଶିଶୁ ପିହୁର ମାଆକୁ ପୁଲିସ ଉଠାଇ ନେଇଛି।  ସେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ସମ୍ବଲପୁର ଯାଉଥିଲେ। ପିହୁର ମାଆଙ୍କୁ ଉଠାଇ ନେଇ ପୁଲିସ ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡିରେ ୫ ଘଣ୍ଟା ହେଲା ଅଟକ ରଖିଥିବା ଜଣାପଡିଛି। କାର୍ ଯୋଗେ ଯିବାବେଳେ ଶନିବାର ରାତିରୁ ରାସ୍ତାରୁ ଉଠାଇ ନେଇ ପୁଲିସ ଅଟକ ରଖିଛି। ସେପଟେ ଘଟଣାକୁ ନେଇ ପିହୁର ମାଆ କହିଛନ୍ତି ସିବିଆଇ ତଦନ୍ତ ଦାବିରେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଚାହୁଁଛି। ଘଟଣାକୁ ୪ ବର୍ଷ ହେଲାଣି , ହେଲେ କିଛି ନ୍ୟାୟ ମିଳୁନି। ରାଜ୍ୟ ସରକାରଙ୍କ ଉପରେ ଭରସା ନାହିଁ। କେଉଁ ପ୍ରଭାବଶାଳୀ ଲୋକଙ୍କ ଚାପରେ ମୋତେ ଅଟକାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories