www.samajalive.in
Saturday, December 13, 2025
23.1 C
Bhubaneswar

ବିଗୁଡୁଛି ମିଆଁମାର ପରିସ୍ଥିତି

ଡେସ୍କ: ମିଆଁମାରରେ ଅବସ୍ଥା ବିଗିଡିବା ନେଇ ବୈଦେଶିକ ମନ୍ତ୍ରଣାଳୟ ଉଦବେଗ ପ୍ରକାଶ କରିଛି। ଆଜି ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈଶୱାଲ କହିଛନ୍ତି ଯେ ଏହାର ପ୍ରଭାବ ସିଧାସଳଖ ଭାରତ ଉପରେ ପଡୁଛି। ସେ କହିଛନ୍ତି ଯେ ପଡୋଶୀ ଦେଶ ତଥା ମିଆଁମାରର ବନ୍ଧୁ ଭାବରେ ମିଆଁମାରରେ ହିଂସାର ସମ୍ପୂର୍ଣ୍ଣ ସମାପ୍ତି ଏବଂ ସଂଘୀୟ ଗଣତନ୍ତ୍ର ପାଇଁ ଭାରତ ଦୀର୍ଘ ଦିନରୁ ଓକିଲାତି କରିଆସୁଛି। ସେ କହିଛନ୍ତି ଯେ ଭାରତ ଗଠନମୂଳକ କଥାବାର୍ତ୍ତା ଏବଂ ଦେଶରେ ଶାନ୍ତି ଓ ସ୍ଥିରତା ମାଧ୍ୟମରେ ଏହି ସମସ୍ୟାର ଶୀଘ୍ର ସମାଧାନ କରିବାକୁ ଚାହୁଁଛି।

ଓଡ଼ିଶାକୁ ରେଳ ବଜେଟରେ ୧୦, ୫୩୬କୋଟିର ଅନୁଦାନ ମିଳିଛି-ଅଶ୍ବିନୀ ବୈଷ୍ଣବ

- Advertisement -

ଭାରତ-ଆମେରିକାର ଡ୍ରୋନ୍ ଚୁକ୍ତି ସମ୍ପର୍କରେ ଶ୍ରୀ ଜୈଶୱାଲ କହିଛନ୍ତି ଯେ ଏହି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଆମେରିକାର ନିଜସ୍ୱ ଆଭ୍ୟନ୍ତରୀଣ ପ୍ରକ୍ରିୟା ଅଛି ଏବଂ ଭାରତ ତାହାର ସମ୍ମାନ କରେ। ଲଦାଖରେ ଭାରତ-ଚୀନ୍ ସୀମା ନିକଟରେ ଭାରତୀୟ ପଶୁପାଳକମାନେ ଚୀନ୍ ସୈନ୍ୟଙ୍କ ସହ ମୁହାଁମୁହିଁ ହୋଇଥିବା ଭିଡିଓ ସମ୍ପର୍କରେ ସେ କହିଛନ୍ତି ଯେ ଉଭୟ ଦେଶର ଲୋକମାନେ ସେମାନଙ୍କର ପଶୁ ଚରାଇବା ସ୍ଥାନ ବିଷୟରେ ଭଲ ଭାବରେ ଜାଣିଛନ୍ତି ଏବଂ ଏହାର ମୁକାବିଲା ପାଇଁ ଏକ ପ୍ରଣାଳୀ ଅଛି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories