ଓଡ଼ିଶାକୁ ରେଳ ବଜେଟରେ ୧୦, ୫୩୬କୋଟିର ଅନୁଦାନ ମିଳିଛି-ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର: ବଜେଟରେ ଓଡ଼ିଶାକୁ ରେଳ ଅନୁଦାନ ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ଓଡ଼ିଶାକୁ ରେଳ ବଜେଟରେ ୧୦, ୫୩୬କୋଟିର ଅନୁଦାନ ମିଳିଛି। ବିଗତ ୩ ବର୍ଷ ହେଲାଣି ବାର୍ଷିକ ହାରାହାରି ୧୦ହଜାର କୋଟି ଅନୁଦାନ ମିଳୁଛି। ନୂଆ ପ୍ରକଳ୍ପ ପାଇଁ ପ୍ରାୟ ୫୨ ହଜାର କୋଟି ନିବେଶ ହେବ। ଓଡ଼ିଶାରେ ୧୦୦% ବିଦ୍ୟୁତକରଣ ହୋଇଛି। ରାଜ୍ୟରେ ବାର୍ଷିକ ୪୭୩ କିଲୋମିଟର ରେଳ ଲାଇନ ହେଉଛି। ରାଜ୍ୟ ସରକାର ଜମି ଅଧିଗ୍ରହଣ ତ୍ବରାନ୍ବିତ କଲେ କାମ ଶୀଘ୍ର ହୁଅନ୍ତା ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରକାଶ କରିଛନ୍ତି।

Comments are closed.