www.samajalive.in
Sunday, December 7, 2025
26.1 C
Bhubaneswar

ହଜିଯାଉଛି ମାନବିକତା, ଲାଞ୍ଚ ଦେବା ସତ୍ତ୍ବେ ମିଳୁନାହିଁ ମୃତ୍ୟୁ ପ୍ରମାଣପତ୍ର

ମୁଖୀଗୁଡା: ସରକାରୀ କାର୍ଯ୍ୟାଳୟରେ ଲାଞ୍ଚ ନେବା ଏବେ ସାଧାରଣ କଥା ହୋଇଥିବା ବେଳେ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ଲାଞ୍ଚ ଦେବା ପରେ ମଧ୍ୟ ମିଳିନଥିବା କଥା ମାନବିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ଅଭିଯୋଗ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଜନ୍ମମୃତ୍ୟୁ କାର୍ଯ୍ୟାଳୟର କର୍ମଚାରୀଙ୍କ ବିରୋଧରେ ଆସିଛି। ଅଭିଯୋଗ ଅନୁଯାୟୀ, ଗତ ଜୁଲାଇ ୯ତାରିଖରେ ଜୟପାଟଣା ଥାନା ଅନ୍ତର୍ଗତ ଅଁଳାଭଟା ଗ୍ରାମର ମୁକୁନ୍ଦ ପରାଭୋଇ(୫୫) ଓ ରାଜକୁମାରୀ ନାଏକ(୩୦)ଙ୍କର ପାହାଡ଼ରୁ ପଥର ଖସିଯିବା ଫଳରେ ପଥର ଚାପାରେ ମୃତ୍ୟୁ ଘଟିଥିଲା। ମୃତକ ଦୁହେଁ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ଅତି ଗରୀବ ଶ୍ରେଣୀର। ତେବେ ମୃତକଙ୍କ ପରିବାର ସରକାରୀ ସହାୟତା ପାଇବା ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଜନ୍ମମୃତ୍ୟୁ କାର୍ଯ୍ୟାଳୟରେ ମୃତ୍ୟୁ ପ୍ରମାଣ ପତ୍ର ଆବେଦନ କରିଥିଲେ। କିନ୍ତୁ ଦୀର୍ଘ ମାସ ବିତିଯାଇଥିଲେ ମଧ୍ୟ ତାଙ୍କୁ ଏପର୍ଯ୍ୟନ୍ତ ପ୍ରମାଣପତ୍ର ଯୋଗାଇ ଦିଆଯାଇନାହିଁ।ବରଂ ପ୍ରମାଣ ପତ୍ର ପ୍ରଦାନ ପାଇଁ କାର୍ଯ୍ୟାଳୟରେ କାମ କରୁଥିବା କିଛି କର୍ମଚାରୀ ଲାଞ୍ଚ ନେଇଥିବା ପରି ସଙ୍ଗୀନ ଅଭିଯୋଗ ଆସିଛି। ମୃତ ରାଜକୁମାରୀଙ୍କ ସ୍ୱାମୀ ପୁସ୍ତମ ନାଏକ ଓ ମୃତ ମୁକୁନ୍ଦଙ୍କ ଭାଇ ଶିବ ପରଭୋଇ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ଦୀର୍ଘ ଚାରିମାସ ଘର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଦୌଡ଼ି ଦୌଡ଼ି ବିଫଳ ହେବା ପରେ ପାଖରେ ଥିବା ଜମିକୁ ବନ୍ଧକ ପକାଇ କର୍ମଚାରୀମାନଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ କରିଛନ୍ତି। କିନ୍ତୁ ତାଙ୍କୁ ଏପର୍ଯ୍ୟନ୍ତ ପ୍ରମାଣପତ୍ର ପ୍ରଦାନ କରାଯାଇନାହିଁ। ଅନ୍ୟପକ୍ଷରେ କାର୍ଯ୍ୟାଳୟରେ ଜନ୍ମମୃତ୍ୟୁ ପ୍ରମାଣ ପତ୍ର ପାଇଁ ବ୍ୟାପକ ଲାଞ୍ଚ କାରବାର ହୋଉଥିବା ଅଭିଯୋଗ ହେଉଛି। ଜୟପାଟଣା ମେଡିକାଲ କର୍ତ୍ତୃପକ୍ଷ ଉକ୍ତ ଅଭିଯୋଗର ତଦନ୍ତ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି। ଏନେଇ ମେଡିକାଲ ଅଫିସରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନାହିଁ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories