ପୁଣି ଥରେ ବଜାରରୁ ହଜିଯିବ ନୋକିଆ ଫୋନ୍ ! କମ୍ପାନୀ ନେଲା ଏମିତି ନିଷ୍ପତ୍ତି
ନୂଆଦିଲ୍ଲୀ : ନୋକିଆର ସ୍ମାର୍ଟଫୋନ୍ ଏବଂ ଫିଚର ଫୋନ୍ ନିର୍ମାଣ କରୁଥିବା କମ୍ପାନୀ ଏଚଏମଡି ଗ୍ଲୋବାଲ୍ ଏକ ବଡ ଘୋଷଣା କରିଛି । ଏଚଏମଡି ଗ୍ଲୋବାଲ୍ ଏବେ ନିଜ ଓରିଜିନାଲ୍ ବ୍ରାଣ୍ଡ୍ ଅର୍ଥାତ୍ ଏଚଏମଡିର ବ୍ରାଣ୍ଡିଂ ବିଶିଷ୍ଟ ସ୍ମାର୍ଟଫୋନ୍ ଲଞ୍ଚ୍ କରିବ । କମ୍ପାନୀ ଗତ କିଛି ଦିନ ହେବ ଲଗାତର ଏହି ଡିଭାଇସକୁ ଟିଜ୍ କରୁଛି । ଏଚଏମଡି ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରୁ ନୋକିଆ ବ୍ରାଣ୍ଡ୍ ରିମୁଭ କରିଦେଇଛି ।
ନିର୍ମାତା ଖୁବ୍ ଶୀଘ୍ର ନିଜ ନୂଆ ସ୍ମାର୍ଟଫୋନ୍ ଲଞ୍ଚ୍ କରିବ ଯାହା ଏଚଏମଡି ବ୍ରାଣ୍ଡିଂ ସହିତ ଆସିବ । ଏହି ସ୍ମାର୍ଟଫୋନ୍ ଖୁବ୍ ଶୀଘ୍ର ହେବାକୁ ଥିବା ମୋବାଇଲ ଓ୍ବର୍ଲ୍ଡ କଂଗ୍ରେସ(MWC 2024) ରେ ଲଞ୍ଚ୍ ହୋଇପାରେ । ବ୍ରାଣ୍ଡର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଥିବା ଆକାଉଣ୍ଟରେ ଏବେ Nokia.com ନୁହେଁ ବରଂ HMD.com ନଜର ଆସିବ ।
ତେବେ ଏମିତି ନୁହେଁ କି ନୋକିଆ ସ୍ମାର୍ଟଫୋନ୍ସ ଆଉ ମିଳିବନି । କମ୍ପାନୀ ସ୍ପଷ୍ଟ କହିଛି କି ସେ ନୋକିଆ ଫୋନ୍ ମଧ୍ୟ ପ୍ରସ୍ତୁତ କରିବ । ଏହା ସହିତ ନୂଆ ବ୍ରାଣ୍ଡ୍ସ ସହିତ କୋଲାବୋରେସନରେ ମଧ୍ୟ କମ୍ପାନୀ ଡିଭାଇସ୍ ଲଞ୍ଚ୍ କରିବ । କମ୍ପାନୀର ନୂଆ ଓ୍ବେବସାଇଟ୍ HMD.com ରେ ଆପଣଙ୍କୁ ନୋକିଆର ଫୋନ୍ ତାଲିକା ମିଳିବ ।
ଏଚଏମଡିର କହିବାନୁସାରେ ସେ ଓରିଜିନାଲ୍ ଏଚଏମଡି ବ୍ରାଣ୍ଡିଂକୁ ସ୍ଥାପନ କରିବା ଉପରେ ମଧ୍ୟ ଫୋକସ୍ କରିବ । କମ୍ପାନୀ ଜଣାଇଛି କି ଆମେ ଏବେ ନୋକିଆ ସ୍ମାର୍ଟଫୋନ୍ ଏବଂ ଫିଚର ଫୋନ୍ସ ନିର୍ମାତା, କିନ୍ତୁ ଆମେ ଅଧିକ ଫୋନ୍ ଆଣିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଯେଉଁଥିରେ ପ୍ରକୃତ ଏଚଏମଡି ଡିଭାଇସ୍ ଏବଂ ସମସ୍ତ ନୂଆ ପାର୍ଟନରସିପରେ ଫୋନ୍ ମଧ୍ୟ ସାମିଲ ହେବ ।
Comments are closed.