ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ହେଲେ ମୀନାକ୍ଷୀ ବାହିନୀପତି

ଭୁବନେଶ୍ୱର: କଂଗ୍ରେସ ସଭାପତିଙ୍କ ଓଡ଼ିଶା ଗସ୍ତର ଗୋଟିଏ ଦିନ ପରେ ପରିବର୍ତ୍ତନ ହେଲା ସାଂଗଠନିକ ରଣନୀତି । ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପତ୍ନୀ ମୀନାକ୍ଷୀ ବାହିନୀପତିଙ୍କୁ ମହିଳା କଂଗ୍ରେସ ସଭାପତି ଭାବେ ନିଯୁକ୍ତ କରାଯାଇଛି । ମୀନାକ୍ଷୀଙ୍କୁ ନିଯୁକ୍ତି ଦିଆଯାଇଥିବା ଏଆଇସିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଦାୟିତ୍ୱ ମିଳିବା ପରେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଇବା ସହ ମହିଳାଙ୍କ ଅଧିକାର ପାଇଁ ଲଢେଇ କରିବେ ବୋଲି ମୀନାକ୍ଷୀ କହିଛନ୍ତି । ଏହାପୂର୍ବରୁ କଂଗ୍ରେସ ମିଡ଼ିଆ ସେଲରେ ମଧ୍ୟ ପରିବର୍ତ୍ତନ କରାଯାଇଛି ।

Comments are closed.