www.samajalive.in
Sunday, December 14, 2025
19.1 C
Bhubaneswar

ବୋର୍ଡ଼ ହାଇସ୍କୁଲରେ ଆର୍ଦ୍ରଭୂମି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ

ଡେସ୍କ: କଟକ ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ ଠାରେ ବିଦ୍ୟାଳୟର ଇକୋ କ୍ଳବ୍ ଓ ଏନର୍ଜି କ୍ଲବ୍ ଆନୁକୁଲ୍ୟରେ ଆର୍ଦ୍ରଭୂମି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆର୍ଦ୍ରଭୂମିଗୁଡ଼ିକ ଆମ ପୃଥିବୀର ବୃକକ୍ ସଦୃଶ। ଜଳ ସଂରକ୍ଷଣ ଓ ବିଶୋଧନ ବ୍ୟତୀତ ଏଗୁଡ଼ିକ ଜୈବ ବିବିଧତାର ଅନନ୍ୟ ଗନ୍ତାଘର। ମୃତ୍ତିକl ସଂରକ୍ଷଣରେ ଏହାର ଭୂମିକା ଉଲ୍ଲେଖନୀୟ, ତେଣୁ ଆର୍ଦ୍ରଭୂମି ଗୁଡ଼ିକର ସଂରକ୍ଷଣ ନିହାତି ଜରୁରୀ। ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ପୌରୋହିତ୍ୟରେ ଆୟୋଜିତ ସଚେତନତା ଉତ୍ସବରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଯୋଗଦେଇ ଆର୍ଦ୍ରଭୂମି ସଂରକ୍ଷଣ ନିମନ୍ତେ ଶପଥ ପାଠ କରିଥିଲେ। ବିଦ୍ୟାଳୟର ଇକୋ କ୍ଲବ୍ ତରଫରୁ ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ଓ ଡ୍ରଇଂ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories