www.samajalive.in
Monday, December 15, 2025
17.1 C
Bhubaneswar

‘ସମାଜ ସେବାର ପ୍ରାଥମିକ ମାର୍ଗଦର୍ଶକ ହେଉଛି ଜାତୀୟ ସେବା ଯୋଜନା’

ଭୁବନେଶ୍ବର: ଏକ ସୁସ୍ଥ, ସମୃଦ୍ଧ ଓ ସୁଦୃଢ଼ ସମାଜ ଗଠନ ନିମନ୍ତେ ପ୍ରତିଟି ବିଦ୍ୟାର୍ଥୀ ପାଠ୍ୟ ପୁସ୍ତକରୁ ଶିକ୍ଷା ଗ୍ରହଣ କରିବା ସହ ତୃଣମୂଳ ସ୍ତରରେ କିପରି ସମାଜର ହିତ ପାଇଁ ଏହା ବିନିଯୋଗ ହୋଇପାରିବ ଏଥିପାଇଁ ତତ୍ପରତା ପ୍ରକାଶ କରିବା ଉଚିତ। ଯେଉଁଥିପାଇଁ ଜାତୀୟ ସେବା ଯୋଜନା ହେଉଛି ପ୍ରକୃଷ୍ଟ ମାଧ୍ୟମ।  ତେଣୁ ଶିକ୍ଷାଦାତାମାନେ ଛାତ୍ରଛାତ୍ରୀଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରିବାକୁ ଆହ୍ବାନ ଦେଇଛନ୍ତି ଖୋର୍ଦ୍ଧାର ପୂର୍ବତନ ବିଧାୟକ ତଥା ସମ୍ମାନିତ ଅତିଥି ଡଃ ଦିଲୀପ ଶ୍ରୀଚନ୍ଦନ। ସ୍ଥାନୀୟ ମେ ଫେୟାର ନଗର ଅନ୍ତର୍ଗତ ସାଲିଆ ସାହି ଠାରେ ଥିବା ସ୍ନେହ ସେଲଟର ପରିସରରେ ଜାନୁଆରୀ ୧୯ ରୁ ୨୫ ତାରିଖ ଯାଏଁ ଚାଲିଥିବା ସାତଦିନିଆ ଜାତୀୟ ସେବା ଯୋଜନା ଶିବିର ଉଦ୍‌ଯାପନ ହୋଇଯାଇଛି।

ଏହି ଅବସରରେ ଇନଷ୍ଟିଚ୍ୟୁଟ ଅଫ ମିଡିଆ ଷ୍ଟଡିଜର ସହକାରୀ ପ୍ରାଧ୍ୟାପକ ରଘୁନାଥ ମଣ୍ଡଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ଅନୁଷ୍ଠାନର ନିର୍ଦେଶକ ଡଃ ଉପେନ୍ଦ୍ର ପାଢୀ ସ୍ବାଗତ ଭାଷଣ ଦେଇଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ କାର୍ଯ୍ୟକ୍ରମ ସଂଯୋଜକ ପ୍ରଶାନ୍ତ ପ୍ରଧାନ, ଦିବାକର ମାହାଲି, ପୂର୍ବତନ କର୍ପୋରେଟର ଘନଶ୍ୟାମ ବେହେରା, ୧୬ ନମ୍ବର ୱାର୍ଡର କର୍ପୋରେଟର ଅଚ୍ୟୁତ ସ୍ବାଇଁ ଓ ପୁନେସ୍ଥିତ ଏନୱାଇପି ଆୟୋଜକ ହନୁମାନ ଦେଶାଇ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ଛାତ୍ରଛାତ୍ରୀ ସ୍ବାଗତ ସଙ୍ଗୀତ ପରିବେଷଣ କରିବା ସହିତ ପରିବେଶ ସୁରକ୍ଷା ବାର୍ତ୍ତା ନେଇ ଅତିଥିଙ୍କୁ ଚାରା ଉପହାର ଦେଇଥିଲେ ।

- Advertisement -

ଶିବିରରେ ଭାଗ ନେଇଥିବା ଶିବିରାର୍ଥୀମାନେ ସାତ ଦିନ ଧରି ଏହି ଶିବିର କିପରି ତାଙ୍କୁ ଆଗାମୀ ଦିନରେ ସମାଜ ସେବା ପାଇଁ ପ୍ରେରଣା ଦେବ ଏବଂ ନିଜର ବ୍ୟକ୍ତିଗତ ଅନୁଭୂତି ବିଷୟରେ ମତ ରଖିଥିଲେ। ଶେଷରେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ସହକାରୀ ପ୍ରାଧ୍ୟାପିକା ନିବେଦିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories