www.samajalive.in
Monday, December 15, 2025
15.1 C
Bhubaneswar

ଜାଣନ୍ତୁ.. ଭଗବାନଙ୍କ ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା ସମୟରେ ସାମ୍ନାରେ ଥିବା କାଚ କାହିଁକି ଭାଙ୍ଗିଯାଏ?

ଅଯୋଧ୍ୟାରେ ତିଆରି ହୋଇଥିବା ଭବ୍ୟ ରାମ ମନ୍ଦିରରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହେବାକୁ ଅନେକ ଦିନ ହୋଇସାରିଛି। ମାତ୍ର ଏହାପରେ ମଧ୍ୟ ଅନେକ ଲୋକେ ପ୍ରାଣ ପ୍ରତିଷ୍ଠା ଓ ଏହାସହ ଜଡିତ ସମସ୍ତ କଥା ବିଷୟରେ ଜାଣିବାକୁ ଇଚ୍ଛୁକ ଓ ସେମାନଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସାହ ରହିଛି। ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଗୁଗଲରେ ପ୍ରାଣ ପ୍ରତିଷ୍ଠା ସହ ଜଡିତ ଅନେକ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି। ଅନେକ ସଂଖ୍ୟାରେ ଲୋକେ ଏହା ଜାଣିବାକୁ ମଧ୍ୟ ଇଚ୍ଛୁକ ରହିଛନ୍ତି,ଦେବୀ-ଦେବତାଙ୍କ ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା ସମୟରେ ଏହା ସାମ୍ନାରେ ଥିବା କାଚ କାହିଁକି ଭାଙ୍ଗି ଯାଏ। ଜ୍ୟୋତିଷଙ୍କ ମତାନୁଯାୟୀ, ପ୍ରାଣ ପ୍ରତିଷ୍ଠା ହେବା ପର୍ଯ୍ୟନ୍ତ ଭଗବାନଙ୍କ ମୂର୍ତ୍ତିରେ ଆଖିକୁ କପଡା ଦ୍ୱାରା ଢାଙ୍କି ରଖାଯାଏ। ଏହାପରେ କିଛି ଦିନ ପର୍ଯ୍ୟନ୍ତ ମନ୍ତ୍ର ଉଚ୍ଚାରଣ କରାଯାଏ। ଏହାଦ୍ୱାରା ମୂର୍ତ୍ତି ମଧ୍ୟରେ ଦୈବିକ ଶକ୍ତି ଆସିଥାଏ। ଏହାପରେ ଆଖି ଉପରେ କପଡା ହଟିବା ପରେ ଶକ୍ତି ଦ୍ୱାରା କାଚ ଭାଙ୍ଗି ଯାଏ। ଏହାକୁ ଭଗବାନଙ୍କ ମହିମା ବୋଲି କୁହାଯାଏ।
ଜ୍ୟୋତିଷଙ୍କ କହିବାନୁଯାୟୀ, ଭଗବାନଙ୍କ ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା ସମ୍ପୂର୍ଣ୍ଣ ବିଧିବିଧାନରେ ହୋଇଥାଏ। ଅନେକ ଦିନ ପର୍ଯ୍ୟନ୍ତ ପୂଜାର୍ଚ୍ଚନା ଓ ମନ୍ତ୍ର ଉଚ୍ଚାରଣ କରାଯାଏ। ଅନେକ ସ୍ଥାନରେ ପ୍ରାଣ ପ୍ରତିଷ୍ଠାର ଶେଷ ପର୍ଯ୍ୟାୟରେ ଏକ କାଚକୁ ମୂର୍ତ୍ତି ସମ୍ମୁଖରେ ରଖାଯାଏ। ଯାହା ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହେବା ପରେ ଦୈବିକ ଶକ୍ତି କାରଣରୁ ଭାଙ୍ଗିଯାଏ।
ଶାସ୍ତ୍ର ଅନୁଯାୟୀ, ମୂର୍ତ୍ତିକୁ ପ୍ରାଣ ପ୍ରତିଷ୍ଠା ପର୍ଯ୍ୟନ୍ତ ଏକ କପଡା ଦ୍ୱାରା ଢାଙ୍କି ରଖାଯାଏ। ପ୍ରାୟ ୧ ସପ୍ତାହ ପର୍ଯ୍ୟନ୍ତ ପୂଜାପାଠ କରାଯାଏ। ସମ୍ପୂର୍ଣ୍ଣ ବିଧିବିଧାନ ସହ ପୂଜାର୍ଚ୍ଚନା କରାଯାଏ। ଏହାଦ୍ୱାରା ମୂର୍ତ୍ତି ଭିତରେ ଦୈବିକ ଶକ୍ତି ପ୍ରବେଶ କରିଥାଏ। ଏହି ଶକ୍ତି କାରଣରୁ ସାମ୍ନାରେ ରଖାଯାଇଥିବା କାଚ ଭାଙ୍ଗିଯାଏ।

ମନ୍ତ୍ର ଉଚ୍ଚାରଣ ସହ ପ୍ରାଣ ପ୍ରତିଷ୍ଠା ହେବା ଦ୍ୱାରା ମୂର୍ତ୍ତିରେ ଦୈବିକ ଶକ୍ତି ଆସିଥାଏ। ପ୍ରାଣ ପ୍ରତିଷ୍ଠା ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଭଗବାନଙ୍କ ଚରଣ ଆଡକୁ ଦେଖାଯାଏ। ଏହାପରେ ହିଁ ଭଗବାନଙ୍କ ଶରୀର ଓ ମୁହଁକୁ ଦେଖାଯିବା ଉଚିତ। କିଛି ସ୍ଥାନରେ ପ୍ରାଣ ପ୍ରତିଷ୍ଠା ସମୟରେ ମୂର୍ତ୍ତି ସମ୍ମୁଖରେ କାଚ ରଖାଯାଏ। ସେଭଳି କିଛି ସ୍ଥାନରେ ଏପରି ହୋଇନଥାଏ। ଏହାକୁ ନେଇ ଭିନ୍ନ ଭିନ୍ନ ମାନ୍ୟତା ରହିଛି। ପ୍ରାଣ ପ୍ରତିଷ୍ଠା କରିବା ପାଇଁ ମନ୍ତ୍ର ଉଚ୍ଚାରଣ କରାଯିବା ନିତାନ୍ତ ଆବଶ୍ୟକ। ମନ୍ତ୍ର ବିନା ଏହା ଅସମ୍ପୂର୍ଣ୍ଣ। ପ୍ରାଣ ପ୍ରତିଷ୍ଠା ପରେ ମୂର୍ତ୍ତି ଜୀବନ୍ତ ହୋଇଥାଏ। ଦେଖିବାକୁ ମଧ୍ୟ ଭିନ୍ନ ଲାଗି ଥାଏ। ଭବ୍ୟ ରୂପ ଦେଖାଯାଏ।

- Advertisement -

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories