www.samajalive.in
Sunday, December 7, 2025
26.1 C
Bhubaneswar

ଦଶପଲ୍ଲା ବାଇସିପଲ୍ଲୀ ଜଙ୍ଗଲରେ ଦନ୍ତାହାତୀ ମୃତ୍ୟୁ ଘଟଣା: ୬ ଗିରଫ

ନୟାଗଡ: ଦଶପଲ୍ଲା ବାଇସିପଲ୍ଲୀ ଜଙ୍ଗଲରେ ଦନ୍ତାହାତୀ ମୃତ୍ୟୁ ଘଟଣାରେ ୬ଜଣଙ୍କୁ ଗିରଫ ହୋଇଛନ୍ତି।  ୫ ଶିକାରୀ ଏବଂ ଜଣେ ହାତୀ ଦାନ୍ତ ବେପାରୀକୁ ଗିରଫ କରାଯାଇଥିବା ଡିଏଫଓ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଗତ ୨୫ ତାରିଖରେ ନୟାଗଡ ଜିଲ୍ଲା ଦଶପଲ୍ଲା ରେଞ୍ଜ ଅଞ୍ଚଳରୁ ଏକ ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା।  ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ଲାଗି ହାତୀଟିର ମୃତ୍ୟୁ ଘଟିଥିଲା। ଦନ୍ତାର ମୃତ୍ୟୁ ପରେ ଦୁର୍ବୁତ୍ତ ମାନେ ଦୁଇଟି ଯାକ ଦାନ୍ତ ନେଇ ୧୨ ହଜାର ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଛି। ବନ ବିଭାଗ ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିଥିବାବେଳେ ବର୍ତ୍ତମାନ ଆଉ ଦୁଇ ଜଣ ଫେରାର ରହିଛନ୍ତି। ତେବେ ଗିରଫ ଅଭିଯୁକ୍ତମାନେ ତୁଷାର ଘଣ୍ଟ , ସୁମନ୍ତ ଘଣ୍ଟ, ଶତ୍ରୁଘ୍ନ ସାହୁ , ସନ୍ତୋଷ ନାୟକ , ସନାତନ ନାୟକ ଏବଂ ଗଣିଆ ଅଞ୍ଚଳର ଅବଦୁଲ ସଲିମ ଖାଁ ବୋଲି ଜଣାପଡିଛି। ସେପଟେ ବନ ବିଭାଗ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା ଡିଏଫଓ ସ୍ବୀକାର କରିଥିବାବେଳେ ଖୁବ୍ ଶୀଘ୍ର ଦୋଷୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories