ବିଦ୍ୟୁତ ସଂଯୋଗ ଦାବିରେ ଜାତୀୟ ରାଜପଥ ଅବରୋଧ

ବାଙ୍ଗିରିପୋଷି: ଅନ୍ୟାୟ ବିରୋଧରେ ମୁଣ୍ଡ ଟେକିଛନ୍ତି ଗ୍ରାମବାସୀ। ବାରମ୍ବାର ଦାବି ପରେ ମଧ୍ୟ ସରକାର କର୍ଣ୍ଣପାତ ନକରିବାରୁ ଜାତୀୟ ରାଜପଥ ଅବରୋଧ କରିଛନ୍ତି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଳକ ଅନ୍ତର୍ଗତ ଚାକିଡି ଗ୍ରାମପଞ୍ଚାୟତ ଏବଂ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତର ଶତାଧିକ ଗ୍ରାମବାସୀ। ସକାଳ ୬ଟା ପାଖରୁ ଶତାଧିକ ପୁରୁଷ ମହିଳା ଚାକିଡି ସରପଞ୍ଚ ବିକ୍ରମ ମୁର୍ମୁ ଏବଂ ବ୍ରାହ୍ମଣଗାଁ ସରପଞ୍ଚ ପ୍ରଦୀପ ସରେନଙ୍କ ନେତ୍ତୃତ୍ୱରେ ବାଙ୍ଗିରିପୋଷି ଘାଟି ତଳେ ଥିବା ଜାତୀୟ ରାଜପଥ ୪୯ ଅବରୋଧ କରିଛନ୍ତି। ଦାବି ପୁରଣ ନହେବା ପର୍ଯ୍ୟନ୍ତ ଧାରଣା ସ୍ଥଳରୁ ଉଠିବେ ନାହିଁ ବୋଲି ସମସ୍ତ ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି। ଏପରିକି ଆଜି ସାଧାରଣତନ୍ତ୍ର ଦିବସ ଥିବାରୁ ସମସ୍ତ ଗ୍ରାମବାସୀ ମିଶି ରାଜରାସ୍ତାରେ ପତାକା ଉତ୍ତୋଳନ କରିଥିବାର ଦେଖିବାକୁ ମିଳିଛି।

ସ୍ୱାଧିନତାର ଦୀର୍ଘ ବର୍ଷ ପରେ ମଧ୍ୟ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଚାକିଡି ଗ୍ରାମ ପଞ୍ଝାୟତରେ ଆଜିବି ଅନ୍ଧାର। ବ୍ଲକ ଠାରୁ ୩୦ କିମିରୁ ଉର୍ଦ୍ଧ୍ୱ ଉକ୍ତ ପଂଚାୟତଟି ଆଜି ସରକାରଙ୍କ ସାବତ ପୁଅ ପାଲଟିଛି। ଗ୍ରାମବାସୀଙ୍କ ତରଫରୁ ବାରମ୍ବାର ଦାବିର ବର୍ଷ ବର୍ଷ ସମୟ ଅତିକ୍ରାନ୍ତ ହୋଇ ଯାଇଥିଲେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ ଏ ଅଂଚଳକୁ ବିଦ୍ୟୁତ ସଂଯୋଗ ମିଳିପାରି ନାହିଁ। ବିଜୁଳି ନ ଥିବାରୁ ପିଲା ମାନଙ୍କ ପାଠ ପଢାରେ ବ୍ୟାଘାତ ଘଟୁଛି। ଜରୁରୀ ପରିସ୍ଥିତିରେ ଜରୁରୀ କାଳୀନ ସେବା ପାଇଁ ଯୋଗାଯୋଗ ହୋଇ ପାରୁ ନାହିଁ। ଏପରିକି ଏକ ବର୍ଷରୁ ଉର୍ଦ୍ଧ ହେବ ଗ୍ରାମରେ ମୋବାଇ ଟାୱାର ନିର୍ମାଧିନ ଥିବା ବେଳେ ଯଥା ଶିଘ୍ର ସମ୍ପର୍ଣ୍ଣ କରି ଚାଲୁ କରିବା ପାଇଁ ଦାବି କରିଛନ୍ତି।

Comments are closed.