www.samajalive.in
Monday, December 15, 2025
14.1 C
Bhubaneswar

ସାମାନ୍ୟ ବର୍ଷାରେ ଭୂଷୁଡ଼ିଲା ୧୦ ଲକ୍ଷ ଟଙ୍କାର ଅସ୍ଥାୟୀ ପୋଲ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ କୁଲୁଣ୍ଡା ପଞ୍ଚାୟତ ସ୍ଥିତ ଅସ୍ଥାୟୀ ପୋଲ ସାମାନ୍ୟ ବର୍ଷାରେ ଭୁଷୁଡି ପଡ଼ିଛି। ଏହି ପୋଲଟି ବାଵେବିରା ଓ ଲରଂଭାକୁ ସଂଯୋଗ କରୁଛି। ଏହି ଅସ୍ଥାୟୀ ପୋଲ ଦେଇ କୁଲୁଣ୍ଡା, ବାବେବିରା,ପଲସା ପାଲି, ବୁଗୁବୁଗା, ଲରଂଭା, କାଦୋବାହାଲ ଆଦି ଅନେକ ଗ୍ରାମର ହଜାର ହଜାର ଲୋକ ପ୍ରତ୍ୟହ ଯିବା ଆସିବା କରିଥାନ୍ତି। ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏହି ଅସ୍ଥାୟୀ ପୋଲ ତିଆରି ହୋଇଥାଏ, ବର୍ଷା ଦିନରେ ଏହି ପୋଲକୁ ହଟାଇ ଦିଆଯାଇଥାଏ।

କିନ୍ତୁ ୧୦ ଲକ୍ଷ ବ୍ୟୟ ଅଟକଳରେ ତିଆରି ହୋଇଥିବା ଏହି ପୋଲକୁ ଦୁଇ ମାସ ମଧ୍ୟ ପୁରି ନାହିଁ। ବର୍ଷା ଋତୁକୁ ଆହୁରି ଦୀର୍ଘ ଦିନ ବାକି ରହିଛି। ମାତ୍ର ସାମାନ୍ୟ ଅଦିନିଆ ବର୍ଷାରେ ଏହି ପୋଲ ଭୁଷୁଡି ଗଲାଣି। ଏହି କାମରେ ସଂଶ୍ଳିଷ୍ଟ ଠିକାଦାର ଓ ଯନ୍ତ୍ରୀଙ୍କ ପିସି କାରବାର ଯୋଗୁଁ ନିମ୍ନ ମlନର କାମ ହୋଇଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories