www.samajalive.in
Sunday, December 7, 2025
18.1 C
Bhubaneswar

ୟୁଟ୍ୟୁବ୍ ଭିଡିଓ ଦେଖି ନିର୍ମାଣ କଲେ କମ୍ପାନୀ, ମିଳିଲା ୫୦ ଲକ୍ଷ ଟଙ୍କା

ନୂଆଦିଲ୍ଲୀ : ଆଜିର ଯୁଗରେ ଇଣ୍ଟରନେଟ୍ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । କୌଣସି ଜିନିଷ କିଣିବା ହେଉ କିମ୍ବା ଖାଦ୍ୟ ଅର୍ଡର କରିବା ହେଉ, ସବୁ କିଛି ଅନଲାଇନରେ ହୋଇଯାଉଛି । ସେହିଭଳି ଭିଡିଓ ପ୍ଲାଟଫର୍ମ ୟୁଟ୍ୟୁବ୍ ମଧ୍ୟ ଅନେକ ଶିକ୍ଷଣୀୟ ତଥ୍ୟ ଯୋଗାଇ ଦେଉଛି । ନିକଟରେ ଏହାର ଏକ ବଡ ଉଦାହରଣ ଦେଖିବାକୁ ମିଳିଛି । ଶାର୍କ ଟ୍ୟାଙ୍କ ଇଣ୍ଡିଆର ତୃତୀୟ ସିଜନ ଲାଇଭ୍ ହୋଇସାରିଛି ଏବଂ ଏଥିରେ ବିହାରର ୨ ଜଣ ପିଚର ପହଞ୍ଚିଛନ୍ତି ଯିଏ କି RodBez  ନାମକ ଏକ କମ୍ପାନୀ ନିର୍ମାଣ କରିଛନ୍ତି ।

ରୋଡବେଜର କାହାଣୀ ନେଇ ଶାର୍କ ଟ୍ୟାଙ୍କ ଇଣ୍ଡିଆରେ ପହଞ୍ଚିଛନ୍ତି ଦିଲଖୁସ୍ କୁମାର । ସେ ୟୁଟ୍ୟୁବରୁ ଶିଖିଥିବା କୋଡିଂ ସାହାଯ୍ୟରେ ରୋଡବେଜ୍ ନାମକ ଆପ୍ ପ୍ରସ୍ତୁତ କରିଛନ୍ତି । ଏହା ଏକ ଟ୍ୟାକ୍ସି ଭଡା ଆପ୍ କିନ୍ତୁ ଏହାର କାମ ଓଲା ଓ ଉବରଠୁ ସମ୍ପୂର୍ଣ୍ଣ ଭିନ୍ନ । ଓଲା ଏବଂ ଉବରଙ୍କ ଫୋକସ୍ ଟ୍ୟାକ୍ସି ସେବା ଯୋଗାଇଦେବା ଉପରେ ରୁହେ । କିନ୍ତୁ ରୋଡବେଜର ଲକ୍ଷ୍ୟ ଟ୍ୟାକ୍ସି ଡ୍ରାଇଭର ଏବଂ କଞ୍ଜ୍ୟୁମର୍ସ ଉଭୟଙ୍କୁ ସୁବିଧା ପ୍ରଦାନ କରିବା । ଯଦି ଆପଣ କୌଣସି ଲୋକାଲ୍ ଟ୍ୟାକ୍ସି ବୁକ୍ କରନ୍ତି ତେବେ ଆପଣଙ୍କୁ ୨ ପଟର ଭଡା ଦେବାକୁ ହୋଇଥାଏ । କାରଣ ଟ୍ୟାକ୍ସି ଡ୍ରାଇଭରଙ୍କୁ ଅନ୍ୟପଟରୁ କୌଣସି ଯାତ୍ରୀ ମିଳେନି ।

- Advertisement -

ଏଭଳି ସମସ୍ୟାର ସମାଧାନ ନେଇଆସିଛି ରୋଡବେଜ୍ । ଏହି ଆପ୍ ସାହାଯ୍ୟରେ ଡ୍ରାଇଭର ନିଜ ଗତି ପଥ ନିର୍ଦ୍ଧାରିତ କରିବ । ଯଦି ପାସେଞ୍ଜରଙ୍କୁ ସେହି ରୁଟରେ ଯାତ୍ରା କରିବାକୁ ହେବ ତେବେ ସେ ସେହି କ୍ୟାବରେ ସବାର ହେବେ । ଯାହା ଫଳରେ ଡ୍ରାଇଭରକୁ ନିଜ କ୍ୟାବ୍ ଖାଲି ନେବାକୁ ପଡିବନି । ଏବଂ ଯାତ୍ରୀ ମଧ୍ୟ କମ୍ ପଇସାରେ ଯାତ୍ରା କରିପାରିବେ ।

ଏହି କମ୍ପାନୀକୁ ଦିଲଖୁସ୍ ଜୁଲାଇ ୨୦୨୨ରେ ଲଞ୍ଚ୍ କରିଥିଲେ । ବର୍ତ୍ତମାନ ତାଙ୍କ ପାଖରେ ୨୦ ଟ୍ୟାକ୍ସି ରହିଛି ଏବଂ ନିଜ ଟ୍ୟାକ୍ସିର ସଂଖ୍ୟା ବଢାଇବା ପାଇଁ ସେ ଲଗାତର ପ୍ରୟାସ କରୁଛନ୍ତି । ଏଥିପାଇଁ ସେ ଶାର୍କ ଟ୍ୟାଙ୍କ ଇଣ୍ଡିଆରେ ପହଞ୍ଚିଥିଲେ । ସେଠାରେ ସେ ୫ ପ୍ରତିଶତ ଭାଗିଦାରୀ ପାଇଁ ୫୦ ଲକ୍ଷ ଟଙ୍କା ମାଗିଥିଲେ । ରିତେଶ ଅଗ୍ରଓ୍ବାଲ ଓ ନମିତା ଥାପର ତାଙ୍କୁ ୫୦ ଲକ୍ଷ ଟଙ୍କା ଦେଇଛନ୍ତି । ଏଥିରୁ ୨୦ ଲକ୍ଷ ଟଙ୍କା ବିନା କୌଣସି ସୁଧରେ ଏବଂ ୩୦ ଲକ୍ଷ ଟଙ୍କା ୫ ପ୍ରତିଶତ ସୁଧରେ ଦିଆଯାଇଛି ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories